Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Classics

4.0  

Puspanjali Panda

Classics

ଖେଳ

ଖେଳ

1 min
166



ହେତୁ ହେବାରୁ ,ପିଲା ଖେଳରେ

ତିନି ମୁଣ୍ଡିଆ ଚୁଲିରେ

ଷଢେଇ ରେ ବାଲି ଭରି 

ଚୁଲି ଉପରେ ଭାତ ଡାଲି ପରି

ପଣସ ପତ୍ରରେ

ନୈବେଦ୍ୟ ବାଢି

ମିଛିମିଛିକା ଖାଇବାରେ

ଖୁବ୍ ଆତ୍ମୀ଼ୟତା ଥିଲା।।

ଯଦିଓ ଧୀରେ ବୟସ ଖସୁଥାଏ

ବଢିବା ,ଆଗେଇବା ସାଙ୍ଗରେ।।


ପରିବର୍ତ୍ତନ ର ହାୱ ରେ

ସତମିଛ?ଖେଳରେ

ଦେହ ମନ ସମର୍ପି ଦେଲାପରେ

ଖେଳ ଧରାବନ୍ଧା ହେଇଗଲା

ନିତି ନିତି ଦୁଇଜଣ ଖେଳିଲେ

ଏଠି ହାରିବାରେ ଆନନ୍ଦ

ଜିତିବା ଠୁ ଅଧିକ

ତୃପ୍ତି ଦେଉଥିଲା।।

ଅନେକ ରୁ ଏକ ହେବାର 

ଦୁନିଆ ଭୁଲି ଯିବାରେ ମଜା

ଏ ଖେଳରେ।।


ଶେଷ ବାଜି ସମୟର ଖେଳ

ମଶାଣି ର ପାଉଁଷ ପାଲଟିବା

 ତୟ ,ଏ ଖେଳରେ।।

ସବୁ ଛାଡ଼ି ଯିବାକୁ ହେବ

ସବୁ ଖେଳ ସରିଯିବ

କାଳ ହସୁଥିବ ଲୁଚି ଲୁଚି

କେତେବେଳେ କେଉଁଠି ବି

ବାନ୍ଧି ନେଇଯିବ 

ଖେଳ ସରିଲେ।।।


Rate this content
Log in

Similar oriya poem from Classics