ମିଛମାୟା
ମିଛମାୟା
ମିଛମାୟାର ଏଇ ଦୁନିଆରେ
କେହି ନୁହଁଇ କାହାର
ସଭିଏଁ ଦାସ ସ୍ବାର୍ଥର
କାମର ଆଉ ଅର୍ଥର !
ମିଛିମିଛିକା ଚାଲେ ଯେତେ
ଅଭିନୟ ସମ୍ପର୍କ-ରକ୍ତ-ପ୍ରେମର
ଆସେ ତହିଁରେ ଦିନେ ଭଟ୍ଟା
ଯେବେ ନପୁରେ ଉଦର !
ସ୍ୱାର୍ଥାନ୍ଧ ମାନବର ନ୍ଯସ୍ତ ସ୍ୱାର୍ଥରେ
ଆସିଲେ ତିଳେ ମାତ୍ର ଆଞ୍ଚ
କରିବାକୁ ଚାହେଁ ସେ
ସମଗ୍ର ପୃଥିବୀକୁ ଧ୍ବଂସ !
ମାୟା ମୋହର ପ୍ରହେଳିକାମୟ
କୁହୁଡ଼ି ପହଁରି ପହଁରି
ମଣିଷ ଯାଏ ଦିନେ
ନିଜ ଅନ୍ତରାତ୍ମା ପାଶେ ହାରି !
ଯେଉଁ ତୁଚ୍ଛ ମିଛ ମାୟା ମୋହର
ଥିଲା ସେ ଆଜନ୍ମ ପୂଜାରୀ
ତା'ର ପରାଜୟ ଅନ୍ତେ ସର୍ବେ
ବାହୁଡନ୍ତି ସ୍ବସ୍ଥାନେ ତାକୁ ପର କରି !
ସର୍ବସ୍ୱାନ୍ତ ହୋଇଗଲା ପରେ
ଆଉ କିବା ଅଛି ଗତି
କାନ୍ଦଇ ଛାତିକୁ ବିଦାରି
ବିଚରା ସର୍ବହରା ମୂଢ଼ମତି !
