STORYMIRROR

Sunanda Mohanty

Classics

3  

Sunanda Mohanty

Classics

ପାର୍ବତୀ ପୁତ୍ର

ପାର୍ବତୀ ପୁତ୍ର

1 min
210


ପାର୍ବତୀ ପୁତ୍ର 

ଆହେ ଗଣନାଥ 

ବିଶ୍ୱରେ ଜ୍ଞାନୀରେ 

ଭୁବନ ମହୀରେ 

ବିଖ୍ୟାତ ଗଣନାଥ 

ସୁସ୍ଥ ଚିନ୍ତନରେ 

ସୁକ୍ଷ୍ମ ତୂଳୀକାରେ 

ଆଙ୍କିଦେଇଛନ୍ତି 

ଅବୟବ ତୁମ ମାତ 

କୋଟି ଯୁଗର ତପସ୍ୟା 

ପୁରିଲା ମାତାଙ୍କ ଅଭିପ୍ସା 

ତୁମପରି ପୁତ୍ର ଥାଉ ଥାଉ 

ଦୁଃଖ ଭୋଗିବାର ନାହିଁ ଆଉ 

ଶିବା ତୁମେ ଶିବ ପୁତ୍ର 

ଗଣନାଥ କାର୍ତ୍ତିକେୟ ଭ୍ରାତ 

ତୁମେ ବରପୁତ୍ର 

ସିଦ୍ଧି ବିଦ୍ଧି ସମର୍ଥ

ଜ୍ଞାନୀ ଗୁଣିରେ କାହିଁ ଆଦିଅନ୍ତ 

କ୍ଷମା କର ବାରେ 

ପାର୍ବତୀମାତ ସୁତ 

ରକ୍ଷାକର ମହୀ ଜ୍ଞାନର ପ୍ରସାରି 

ଗୁରୁ ତୁମେ ଶ୍ରେଷ୍ଠ ପ୍ରଭାରୀ 

ବରଷକେ ଥରେ ତୁମ ଯାତ 

ଚତୁର୍ଥୀରେ ସ୍ୱୟଂସିଦ୍ଧ ହସ୍ତ 

ଓଁ କାରେ ଗଗନ ପବନ 

ତୁମ ଆଗମନେ ଝଙ୍କୃତ 

ପ୍ରଣାମ ପ୍ରଣାମ ପାର୍ବତୀ ପୁତ୍ର 

ରକ୍ଷାକର ଦେଇ ଗୁପ୍ତମନ୍ତ୍ର 

ଜ୍ଞାନ ଓ ଗୁଣରେ ହୁଅନ୍ତୁ 

ସର୍ବେ ଜାଗ୍ରତ, ହେ ଗଣନାଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics