Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Classics Inspirational

4  

Bharatabandhu Biswal

Action Classics Inspirational

ଉଡାଅ ଧର୍ମର ଧ୍ବଜା

ଉଡାଅ ଧର୍ମର ଧ୍ବଜା

1 min
6


ମଧୁପୁର ମଥୁରାରେ ପ୍ରବଳ ପ୍ରତାପୀ କଂସ

ଦୁରାଚାରେ ପ୍ରପୀଡିତ ପରଜା ଆକୁଳ

ସଢେ ଅନ୍ଧ କାରାଗାରେ ବୟଃବୃଦ୍ଧ ତାତମାତ

ହସ୍ତପଦେ ବନ୍ଧା ବେଢି ଲୌହର ଶୃଙ୍ଖଳ ।


ବଢୁଅଛି ଗୋପପୁରେ ବିଶାଖା ରୋହିଣୀ ସୁତ

ଯଶୋଦା ନନ୍ଦନ କୃଷ୍ଣ ନନ୍ଦରାଜା ଗୃହେ

ବଧକରି ପୁତନା ଓ ଅଘା ବକା ଶକଟାକୁ

ବଢୁଛନ୍ତି ଦିନୁଦିନେ ଶଶିକଳା ଯେହ୍ନେ ।


ରୁକୁଣା ରଥକୁ ନେଇ ଯାଇଛି ଅକ୍ରୁର ଦୂତ

ଆସିବେ ରାମ ଗୋବିନ୍ଦ ରଙ୍ଗସଭା ଦେଖି

ଲକ୍ଷେଭାର ପଦ୍ମ ନେଇ ଆସିବେ ନନ୍ଦ ରାଜନ

ମାରିବାକୁ ଷଡଯନ୍ତ୍ର ଅଛି ମୁଢ ରଚି ।


ମତ୍ତହସ୍ତୀ କୁବଳୟା ଓଗାଳି ବସିବ ଦ୍ବାର 

ଆହ୍ବାନିବେ ମଲ୍ଲଯୁଦ୍ଧେ ମୁଷ୍ଟିକ ଚାଣୁର

ବସି ରତ୍ନ ସିଂହାସନେ ରଙ୍ଗସଭା ମଞ୍ଚେ

କରୁଥିବ ଅଟ୍ଟହାସ୍ଯ ବସି କଂସାସୁର ।


ଆସୁଛନ୍ତି ତେଜୋଦୀପ୍ତ ସଙ୍କର୍ଷଣ ବଳରାମ

ଢଳି ଢଳି ଶ୍ୟାମଘନ ବିଜେ କୃଷ୍ଣଚନ୍ଦ୍ର 

ନାଶି ଦର୍ପ କଂସ ଅହଂ ପ୍ରଖର ନିଦାଘ ତାପେ

ବରଷିବେ ସୁଧାନୀର ଏ ସୃଷ୍ଟିକୁ କରିବେ ଉଦ୍ଧାର ।


ଉଡାଅ ଧର୍ମର ଧ୍ବଜା ବିଜୟର ବୈଜୟନ୍ତୀ

ହଳାୟୁଧ ବଳଦେବ ହେ ମହାବିଷୁବ

ସବୁଜ ସୁନ୍ଦର ହେଉ ବସୁଧା ମା ବସୁମତୀ

ଅବତର ଧରାତଳେ ଶ୍ରୀକୃଷ୍ଣ କେଶବ ।

    


Rate this content
Log in

Similar oriya poem from Action