ଗାନ୍ଧି ହେ ତୁମେ
ଗାନ୍ଧି ହେ ତୁମେ
ଗାନ୍ଧି ହେ ତୁମେ ସାବରମତୀର ସନ୍ଥ
ତୁମେ ପଥ ତୁମେ ପାଥେୟ ପୁଣି ପାନ୍ଥ
ଖଦଡ଼ ଧୋତି ହାତରେ ବାଡ଼ି ଅଣ୍ଟାର ଘଣ୍ଟା
ନିର୍ଭିକ ସାହାସୀ ରାସ୍ତା ସାରା ମାଡି କଣ୍ଟା ll
ସତ୍ୟ ପଥର ନାୟକ ଅହିଂସା ବାଦକ
ଧୀର ପାଣି ପଥର କାଟେ ହେ ଦେଶ ନାୟକ
ଆନ୍ଦୋଳନର ସେ ରାସ୍ତା ନକହି ଖରାପ କଥା
କେମିତି ତଡ଼ିଲ ବିଦେଶୀଙ୍କୁ କରି ଦେଶ ସୁରକ୍ଷା
ତେଜି ନିଜ ସୁଖ କାଟି ଅରଟେ ସୁତା ll
ଶିଖାଇଲ ନିଜ ଦେଶର ଜିନିଷରେ ଗୁଣବତ୍ତା
କେମିତି ବୁଦ୍ଧିକୁ ବାଣ୍ଟିଦେଇ କୋଣେ ଅନୁକୋଣେ
ମହାତ୍ମା ହେଲ ଜଗତଜିତା??
ତ୍ରିରଙ୍ଗା ପତାକା ଗଢିବା ବେଳେ
କଳା ଗୋରା ଭାବ ଜାଳି ସେକାଳେ ll
ଥରାଇ ବିଦେଶୀ ଛାତି କୌଶଳେ
ଆଣିଲ ସ୍ୱାଧିନତା ସ୍ୱାଦ ନିଜ ଦେଶ ପାଇଁ
ଗାଇ ବୈଷ୍ଣବ ଜନକୋ.. ଦେଶ ହିତୈ
ଭାରତ ମାତାର ସୁଯୋଗ୍ୟ ସନ୍ତାନ ଗର୍ବ ତୁମ ପାଇଁ
ଶାନ୍ତି ପ୍ରୀତି ମୈତ୍ରୀ ବାରତା ତ୍ରିରଙ୍ଗା କହଇ ll
ତୁମ ଜୟନ୍ତୀରେ ଗାନ୍ଧି କେଣେ ଗଲ ପ୍ରଣାମ ନେଇ
ଆସ ସତ୍ୟାଗ୍ରହୀ ପୁଣି ଜଳିବା ସତ୍ୟର ଦୀପ ଲଗାଇ
କଳୁଷ କାଳିମା ଜାଳି ନୂତନ ଜହ୍ନଟେ ଆସିବା ନେଇ
ରାଗ ରୋଷ ଦ୍ୱେଷ ହିଂସା ସ୍ୱାର୍ଥ ସର୍ତ୍ତ ଉର୍ଦ୍ଧରେ
ଜିଇଁବା ପାଇଁ ଗାନ୍ଧି ହେ ଦିଅ ବାଟ ବତାଇ ll