ଉଦ୍ଧବ ଉଦ୍ଧର
ଉଦ୍ଧବ ଉଦ୍ଧର
ସୁମନ ସୁଗନ୍ଧ କୁସୁମ କୋମଳ
ମୋତେ ଦିଅ ମହାବାହୁ,
ମାଳା ହୋଇ ତବ ଗଳାରେ ରହିବି
ଲୋଡ଼ା ନାହିଁ କିଛି ଆଉ,
ନୟନେ ମୋ ନାଚୁଥାଉ
ଶ୍ରୀଚକାନୟନ ହେ କଳାବାମନ
ନାମ ଜପି ଦିନ ଯାଉ।
ଗିରି ଗୋବର୍ଦ୍ଧନ କାଳୀୟଦଳନ
ଶକଟା ପୁତନା ବଦ୍ଧ,
ହିରଣ୍ୟ ନିଧନ କଂସାସୁର ହତ
ରାବଣାସୁରର ବଦ୍ଧ,
ଦ୍ରୋପଦୀଙ୍କ ମାନ ମହତ
ଯୁଗେ ଯୁଗେ ହରି ଭକ୍ତ ରକ୍ଷା କରି
ଉଡାଅ ସତ୍ୟର ନେତ।
ହଟିଯାଉଅଛି ଭାଙ୍ଗିଯାଏ ପ୍ରଭୁ
ଉଜୁଡି ସବୁ ଯାଉଛି ,
ଏ ଘୋର ବିପଦୁ ଉଦ୍ଧାର ଉଦ୍ଧବ
ସୃଷ୍ଟିକୁ ନ ଦିଅ ପୋଛି,
ସୁନ୍ଦର ତୁମର ସୃଷ୍ଟି
ଆତଙ୍କ ହଟାଇ ସୁଖର ସୁନେଲି
କିରଣ ଧରାରେ ବିଞ୍ଚି।