STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ଉଦ୍ଧବ ଉଦ୍ଧର

ଉଦ୍ଧବ ଉଦ୍ଧର

1 min
254


ସୁମନ ସୁଗନ୍ଧ କୁସୁମ କୋମଳ

  ମୋତେ ଦିଅ ମହାବାହୁ,

ମାଳା ହୋଇ ତବ ଗଳାରେ ରହିବି

  ଲୋଡ଼ା ନାହିଁ କିଛି ଆଉ,

ନୟନେ ମୋ ନାଚୁଥାଉ

ଶ୍ରୀଚକାନୟନ ହେ କଳାବାମନ

 ନାମ ଜପି ଦିନ ଯାଉ।


ଗିରି ଗୋବର୍ଦ୍ଧନ କାଳୀୟଦଳନ

  ଶକଟା ପୁତନା ବଦ୍ଧ,

ହିରଣ୍ୟ ନିଧନ କଂସାସୁର ହତ

  ରାବଣାସୁରର ବଦ୍ଧ,

 ଦ୍ରୋପଦୀଙ୍କ ମାନ ମହତ

ଯୁଗେ ଯୁଗେ ହରି ଭକ୍ତ ରକ୍ଷା କରି

  ଉଡାଅ ସତ୍ୟର ନେତ।


ହଟିଯାଉଅଛି ଭାଙ୍ଗିଯାଏ ପ୍ରଭୁ

 ଉଜୁଡି ସବୁ ଯାଉଛି ,

ଏ ଘୋର ବିପଦୁ ଉଦ୍ଧାର ଉଦ୍ଧବ

 ସୃଷ୍ଟିକୁ ନ ଦିଅ ପୋଛି,

  ସୁନ୍ଦର ତୁମର ସୃଷ୍ଟି

ଆତଙ୍କ ହଟାଇ ସୁଖର ସୁନେଲି

   କିରଣ ଧରାରେ ବିଞ୍ଚି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action