Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ମହାବିଷୁବ

ମହାବିଷୁବ

1 min
6



ଛେନାପଣା ବେଲପଣା ଧୂପ ଝୁଣା 

ତୁଳସୀ ମୂଳେ ବିଶ୍ୱାସ 

ଛାମୁଣ୍ଡିଆ ଛତୁଆ ବିଞ୍ଚଣା ନବବସ୍ତ୍ର 

ଦାନ ଧର୍ମ ଅଶେଷ 

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଭାବ ଭକ୍ତି 

ନୈବେଦ୍ୟ ସରସରେ ସାରସ 

ପ୍ରକୃତିର ବିଭାବରୀ ଶୋଭା ସ୍ୱର୍ଗ ଅପସରୀ 

ଖରା ମଉଳି ଭାବାବେଶ 

ପ୍ରକୃତିର ଚିରସାଥି ଋତୁ ଶୀତ ବର୍ଷା ତାତି 

ନହେଲେ ରହିବ କି ପରିବେଶ 

ନୂଆ ଗୀତ ଗାଇ ଗାଇ ନୂଆବର୍ଷ ଆସିଛି ନେଇ 

ହସିବାକୁ ବର୍ଷକ ବାରମାସ

କେତେ ସଂକ୍ରାନ୍ତି ଯାଏ ବିତି ଭକତ ଉଠେ ମାତି 

ଦଣ୍ଡ ପାଣିତୋଳାର ଶେଷ 

ମେଷ ସଂକ୍ରାନ୍ତି ଆଦ୍ୟ ଅଟଇ ବର୍ଷ ଆରମ୍ଭ 

ଓଡ଼ିଆ ନବବର୍ଷ କହି 

ପାଳନ୍ତି ଓଡ଼ିଆ ମୁଖେ ଫୁଟାଇ ହସ 

ଜଗନ୍ନାଥ ହସନ୍ତି ଆଖି ଓଠ ନଚେଇ

ରତ୍ନବେଦୀରେ ଥାଇ ପଡନ୍ତି ଘୁମେଇ 

ଯିବେ ଦେହ ଶୀତଳାଇ ଚନ୍ଦନବାସ ।।


Rate this content
Log in

Similar oriya poem from Classics