କଳା
କଳା
କଳା ନଥିଲେ ଧଳା କି
ଉଠିବ ଫୁଟି
କାଉ ନଥିଲେ କୋଇଲି
ଛୁଆ ଥାଏ କୋଉଠି
ଆଖିର ରଙ୍ଗ ଚୁଟିର ରଙ୍ଗ
କଳା ବୋଲି ମୁହଁ ସୁନ୍ଦର ଗୋଟି
କଳା ଯଦି ଅଛି ହାତରେ
ହସ୍ତକଳା ଯିବ ଉଠି
କୁମ୍ଭାର ଯେମିତି ଯାଦୁଗରୀ ଛୁଆଁ
ଦେଇ ଥାଏ କଞ୍ଚାମାଟି
ପିତ୍ତଳ ବାସନ ତାଳ ପତ୍ର ଆସନ
ଅବା କାନ୍ଥର ଝୋଟି
କଳା ନଥିଲେ ଅବଳା ଦୁର୍ବଳା
ଆଖ୍ୟା ପାଉଥାଆନ୍ତା ବଧୂଟି
ନେଇ ଆଣି ଥୋଇବା କଳା ଜାଣେ
ନନ୍ଦବଳା ଗୋଟି
ମାରି ବକାଶୁର ଅଘାଶୁର ଗୋପେ
ଖେଳିଲା ବାଲ୍ୟ କରାଟି
ତୁମ ବଡ଼ ପଣ ଦେଖି ଚକାଆଖି ରାଣ
ଭକ୍ତ ଚାହେଁ ଆଖି ତରାଟି
ଆକାଶେ କଳା ବାଦଲ ଦେଖିଲେ
ମୟୁର ନାଚେ ଟେକି ପୁଚ୍ଛ ଗୋଟି
ବଳା ପାରିଲେ କଳା ଛାଡେ ପରିବାରେ
କାନ୍ଧରେ କାନ୍ଧ ଦେଲେ ଗୋଟି ଗୋଟି
ସବୁଜାଣେ କଳା କାହ୍ନୁ ନନ୍ଦବଳା ସେଟି
କଳିରେ କାଳିଆ ନାମ ପାଇଟି
ଶ୍ରୀକ୍ଷେତ୍ରେ କ୍ଷେତ୍ରପତି ବୋଲାଇ
ନୀଳଚକ୍ର ଉଡେ ଲୋଟି
ଭକ୍ତ ଭିତରେ ଭକ୍ତି କଳାରେ
ଷୋଳ କଳା ଚଉଷଠି
କୈବଲ୍ୟ ନିର୍ମାଲ୍ୟ ଅବଢ଼ା ତୋରାଣୀ
ଖାଇ ପିଇ ମାରି ହାକୁଟି
ବଞ୍ଚିବା କଳା ଶିଖି ଯିବା ଚାଲ
ଜଗା ଠାରୁ ଗୋଟି ଗୋଟି
ମଣିଷପଣିଆ ଜୀବେଦୟା କଳା
ମଣିଷ ପାଖେ ଜଗା ଦିଅନ୍ତୁ ଛାଟି