STORYMIRROR

suvendu Meher

Abstract

3  

suvendu Meher

Abstract

ବିଦେହୀ

ବିଦେହୀ

1 min
247


ନିଲମ୍ବିତ ପ୍ରତିକ୍ଷାର

ଅନ୍ତିମ ପର୍ଯ୍ୟାୟରେ

ସଜିଲ କରିଛି କଲମ ମୁନକୁ

ଅଙ୍କିବାକୁ ତୁମ ଛବି

ରଙ୍ଗେଇ ଦେବି

ଇନ୍ଦ୍ରଧନୁର ସାତରଙ୍ଗେ

ଟାଙ୍ଗିଦେବି

ବେଡ଼ରୁମ ର ସାମ୍ନା କାନ୍ଥରେ,

ଟାଙ୍ଗିଦେଇ ପ୍ରତିକ୍ଷା କରିବି

ଜୀବନର ସାୟଂ କାଳ ଯାଏ

ଯଦିଓ ଅରାଜି ହୁଅ

ବାନ୍ଧିଦେବି ଗଜରା ମଥାରେ

ତୁମ ପାଇଁ ତୁମ ପାଇଁ

ବାଡ଼ି ବରକୋଳି ନେଇ

ସାଇତି ରଖିବି ।

ମୁଁ ଜାଣେ,

ତୁମେ ତ ଭାରି ଲାଜେଇ

ଦେଖା ବି ନ ଦିଅ ଥରେ

ତଥାପି ଭାବିଛି

ଅଙ୍କିବାକୁ ତୁମ ଛବି

ହେଲେ

ତୁମେ ତ ଅଦୃଶ୍ୟ ବିଦେହୀ

କେମିତି ଯେ ରୂପ ଦେବି ମୁଁ

ମୁଁ ନୁହେଁ ଯତୀନ ଦାସ ଭଳି

ନଗ୍ନ ଚିତ୍ରକର

କିମ୍ବା

ଅଶ୍ଲୀଳତା ଉସୁକାଉଥିବା

ଏମ. ଏଫ. ହୁସେନ ଯେ,

ହନୁମାନ ଲାଞ୍ଜ ରେ ତୁମକୁ

ନେଇ ବସେଇବି ।

କୁହ ଆହେ ସୁନସେଫ ମାନେ

ବିଦେହୀକୁ କେମିତିକା ଦିଆଯାଏ

ଦେହର ଆକୃତି

ସଫେଦ ରଙ୍ଗରେ କେମିତି

ଅଙ୍କାଯାଏ ଅମବାସ୍ୟାର ଅନ୍ଧାରକୁ

ଯଦି ତୁମେ ବିଦେହୀ

ରାତ୍ରିର କରାଳ କାଳୀମାକୁ କାହିଁକି

ଫିରକା କରି ଚାଲିଆସ

ମୋ ବେଡ଼ରୁମ କୁ

ଝମ ଝମ ଝଙ୍କାର ଆଳରେ

ଯଦି ଦେହୀ

ତାହେଲେ ଦେଖା ଦିଅନି କାହିଁକି

କହିଦିଅ ତୁମେ ଥରେ

ଦେହୀ କି ବିଦେହୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract