ଅବ୍ଯକ୍ତ କୋହ
ଅବ୍ଯକ୍ତ କୋହ
ବଞ୍ଚିବାରେ ମୋହ ଅଛି ବୋଲିତ
କୋହ ସହ ସାଲିସ୍ ଚାଲିଛି,
ଅଣନିଃଶ୍ବାସୀ ମଣିଷ
ନା କହିପାରୁଛି ନା ରହିପାରୁଛି
ତଥାପି ଅଭିନୟ କରୁଛି ...
କୋହ ଆଉ ମୋହ
କାହାକୁ ବା ଛଡିହେବ ?
ଏଇମିତି ଦହଗଞ୍ଜ ଜୀବନରେ
ମଣିଷ ଛଳନାକୁ ଆପଣେଇ ନେବ ।
ସବୁ ଅସହ୍ୟ ବେଦନାକୁ
ସହିବାକୁ ଶକ୍ତି ଅଛି ବୋଲି ତ
ମଣିଷ ସହିପାରେ -
ଅବ୍ଯକ୍ତ କୋହ,ଶ୍ରାବଣର ଲୁହ
ସାଂସାରିକ ମୋହ
ଆଉ
ମିଛ ହସର ଜୀବନ୍ତ ଅଭିନୟ ।।