STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ନିଃସଙ୍ଗତା

ନିଃସଙ୍ଗତା

1 min
248

ନିରୋଳା ଅନୁଭବକୁ ମୋର

ବହୁତ ଥର ଆଙ୍କିବାକୁ ଚେଷ୍ଟା କରିଛି,

କେତେ ଯେ ରଫ୍ ଖାତା ତା'ର ସାକ୍ଷୀ ଅଛି,

ଆଜି କିନ୍ତୁ ଏ ନିଃସଙ୍ଗତା

କାରାବାସ ପରି ବୋଧ ହେଉଛି।

ମରୁଭୂମିରେ ମରୀଚିକା ପରି

ଲୁଚକାଳି ଖେଳୁଛନ୍ତି ଶବ୍ଦ ସବୁ,

ପ୍ରହେଳିକା ପରି ବିଦାରି ଚାଲିଛନ୍ତି,

ଗୋଟିଏ ପ୍ରଶ୍ନର ଉତ୍ତର ପାଇବାକୁ।

ମୁଁ କ'ଣ ସତରେ ନିଃସଙ୍ଗ ?

ସମ୍ପର୍କର ମୂଲ୍ୟ ନିର୍ଦ୍ଧାରଣ କରି,

ଛାଡ଼ି ଚାଲି ଯାଇଥିବା,

ସେଇ ସ୍ୱାର୍ଥପର ଆତ୍ମୀୟସ୍ବଜନ ମାନେ,

ସତରେ କ'ଣ ଅକ୍ଷମ ?

ମୋ ନିଃସଙ୍ଗତାର ଧ୍ୱନି ଶୁଣିବାକୁ?

ନା ଏଠି ଖାଲି ସ୍ୱାର୍ଥ ପାଇଁ

ସମ୍ପର୍କରେ ଜୁଆର ଭଟ୍ଟାର ଅବସ୍ଥିତି।

ଅନ୍ତରଙ୍ଗ ତ କେବଳ ନିଃସଙ୍ଗତା

ନିଜକୁ ଅତି ନିକଟରୁ ଜାଣିବାର ଜିଜ୍ଞାସା

ଆଉ ସେଇ ଜିଜ୍ଞାସାର ପ୍ରଥମ ସୋପାନ,

ଅପ୍ରିୟ ସତ୍ୟର ସାଥିରେ ଜୀବନ ଜିଇଁ

ନିଃସଙ୍ଗତାର ଧ୍ୱନିରେ ନିଜକୁ ହଜାଇଦେବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract