STORYMIRROR

Mishra Manasi

Abstract

3  

Mishra Manasi

Abstract

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

1 min
345

ଆନମନା ମଉସୁମୀ

ମେଘ କଳସୀଟେ କାଖରେ ଧରି

ଛାୟାପଥ ଧାରେଧାରେ

ପାଣି ପାଇଁ ଯାଉଛି ମହୋଦଧୀକୁ ।

ପଵନ ଠୁଁ ଖବର ପାଇଛି ଧରଣୀ

ମାଟିରୁ ମଣିଷ,

ଜୀଵଜନ୍ତୁ,ତରୁତୃୃଣ,କୀଟରୁ ସରୀସୃପ ଯାଏ

ସାରା ଜଗତଟା,ଅପେକ୍ଷା ରତ

ତା ପାଇଁ କାହିଁ କେତେ ବେଳୁୁଁ। 

ତପତ ନିଆଁରେ ସିଝି ସିଝି

ଵେରଙ୍ଗୀ ଦିଶୁଥିବା ପ୍ରତିପ୍ରାଣ ଚକ୍ର ।।

ଗଲା ବେଳେ ଗଛ,ପାହଡ,ଜଙ୍ଗଲ,ପଲ୍ଲୀ

ଵସ୍ତି ଆଉ ସହର ନଗର କୁ

ପ୍ରତିଶୃତି ଦେଇଛି ତା ମତେ ।

ଵର୍ଷାଝରର ଜୀଵନ ଵିନ୍ଦୁୁରେ

ମେଣ୍ଟାଇବା ସଵୁରି ଶୋଷ ।।

ଦୂବରୁ -ଦ୍ରୁମ,ପକ୍ଷୀ ରୁ ପତଙ୍ଗ

ଫେରିିିବାଲା ଠୁଁଁ ପଥିକ ,ଫୁଙ୍ଗୁଳା ନଈରୁ

ବାଲି ପ୍ରାନ୍ତର,ଶୁଖିଲା ଜଳାଶ୍ରୟ

ନାଳ ତୋଟାମାଳରୁ ଗହୀରପାଟଯାଏଁ ।।

ଆକାଶ କୁ ଛୁଉଁଥିବା ପାହାଡ଼ ମୁୁୁଣ୍ଡ ଉପରେ

ସଜ୍ଜିଲ ହେଉଛି ରୋଷଣୀରେ

ଘନଘନ ବାଦ୍ୟ ତାଳେତାଳେ

ଦୋଳାଦୋଳା ମେଘ ପଟୁଆର

ଅସରାଏ ବର୍ଷିଯିବ ଏବେ

ଵତୁରିଯିବ ନଈ ନାଳ ବନ୍ଧ ବାଡ

ଵିଲଵଣ -ପଠା- ଗାଁ ଦାଣ୍ଡ ।

ଟୁକ୍ ଟାକ୍ ମୁଣ୍ଡ ଟେକି ବାଲି ଛତୁୁମାନେ

ଉଠି ପଡିଵେ ନଈପଠାରେ

ତତଲା ମାଟି ଶେଜରେ ଗଡପଡ ହେଉଥିଵା

ଵୃକ୍ଷ ଝଡା ମଞ୍ଜି ଗୁଡାକ ଚିହିିଁକି ଉଠିଵେ

ନୂଆ ସ୍ୱପ୍ନ ଆଉ ସମ୍ଭାବନା ରେ ।।

ସଵୁଜିମାରେ ସଜେଇ ହେଇଯିିିବ

ନୀଦାଘୀ ପୃୃଥିବୀଟା

ରାତି ପାହିିଲା ବେଳକୁ ପୃଥିବୀ ଦିହରେ

ଅପୂର୍ବ ରୋମାଞ୍ଚ,

ଵଦଳିିିଯାଇଛି ସାରା ଜୀଵନସତ୍ତାରେ

ପୂର୍ଣତାର ନୂୂତନ ରୂପ

ବର୍ଷୁବର୍ଷୁ ଵୁୁଣି ଦେଇଛି ସୃଜନ ଓଁକାର

ନୈସର୍ଗିକ ପ୍ରେମ

 ଆଉ ଶାନ୍ତି 

ସଞ୍ଚରିଛି ପ୍ରତିହୃଦୟ ମନ୍ତ୍ରୀରେ ।



Rate this content
Log in

Similar oriya poem from Abstract