STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ମାଆ ଭଟ୍ଟାରିକା

ମାଆ ଭଟ୍ଟାରିକା

1 min
219

ମାଆ ଭଟ୍ଟାରିକା ଆଦ୍ୟା ଅବିନାଶିନୀ

ବଡମ୍ବା ଗଡ଼ର ତୁହିଁ ଇଷ୍ଟ ଜନନୀ ।।

ରାଜ ଅଧିଷ୍ଠାତ୍ରୀ ଦେବୀ ହେ ମାହେଶ୍ୱରୀ

ପର୍ଶୁରାମ ପାଇଥିଲେ କୃପା ତୋହରି ।।

ତ୍ରିପୁରାସୁନ୍ଦରୀ ନାମେ ତ୍ରିଲୋକେ ଖ୍ୟାତ

ତୁମ ପରି ଦୀପ୍ତିମୟୀ କେ ହେବ ମାତ ! ।।

ମଥାରେ ସିନ୍ଦୁର ଗଳାରେ ରତ୍ନହାର

ମହାନଦୀ ଜଳ ଧୁଏ ପଦ ଯୁଗଳ ।।

ଚାରିଯୁଗେ ତୁମ ଲୀଳା ମା ଭଗବତୀ

ସତ୍ୟ ଯୁଗରେ ପୂଜିଲେ ଋଷି ଅଗସ୍ତି ।।

ତେତ୍ରୟାରେ ପର୍ଶୁରାମ ପୂଜି ଚ଼ରଣ

ମାତୃହତ୍ୟା ପାପୁ ମୁକ୍ତି ଥିଲେ ପାଇଣ ।।

ଦ୍ୱାପରଯୁଗେ ଅର୍ଜୁନ ତୁମ୍ଭ ବଳରେ

ଗୋସିଂହ ଦୈତ୍ୟ ନିହତ କଲେ ମହୀରେ ।।

ସୌନ୍ଦର୍ଯ୍ୟଲହରୀ ଲେଖି ଆଦିଶଙ୍କର

ବନ୍ଦନା କଲେ ଭକ୍ତିରେ ପଦ୍ମପୟର ।।

ଆଶ୍ୱିନ ମହାଅଷ୍ଟମୀ ଯାତ୍ରା ଦିନର

ଲୋକାରଣ୍ୟ ହୋଇଥାଏ ପୀଠ ତୁମର।।

ବଡମ୍ବା ଯଶବର୍ଦ୍ଧିନୀ ହେ ମହାମାୟୀ

କୃପାନେତ୍ରେ କାଳ କାଳ ଥାଅ ଅନାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract