STORYMIRROR

Manorama Mohanty

Abstract

3  

Manorama Mohanty

Abstract

ମୁଁ ବଇଶାଖୀ ଝାଞ୍ଜି ବାଆ

ମୁଁ ବଇଶାଖୀ ଝାଞ୍ଜି ବାଆ

1 min
250


ମୁଁ ବଇଶାଖୀ ଝାଞ୍ଜି ବାଆ 

 ଚଇତ ପରେ ଧରା ପୃଷ୍ଠକୁ 

    ବହି ଆସିଛି ଛାଆଁ |o|


ଆକାଶ ପରେ ସୁରୁଜ ରହି

 କହୁଛି ମୋତେ କଣେଇ ଚାହିଁ

"ଧରାରେ ଯେତେ ନଦୀଗଡିଆ 

    ଶୁଖାଇ ଦେଇ ଆ "

   ମୁଁ ବଇଶାଖୀ ଝାଞ୍ଜି ବାଆ |


ଉପରୁ ଖସେ ଡହକା ଖରା 

ରାସ୍ତା ଘାଟ ଯେ ନିଆଁ ହୁଳା 

ମଝିରେ ମୁହିଁ ଗଳି କନ୍ଦିକୁ 

     କରେ ଦଉଡ଼ ଧାଆଁ 

   ମୁଁ ବଇଶାଖୀ ଝାଞ୍ଜି ବାଆ !

 

ମୁଁ ଯେବେ ବହେ ଗାଁ ସହର 

ଲୋକଙ୍କୁ ଲାଗେ ବିଷ ଜହର 

ବିରକତରେ ପଙ୍ଖା ତୁମର 

    ଡାକେ କଟର କାଆଁ 

  ମୁଁ ବଇଶାଖୀ ଝାଞ୍ଜି ବାଆ !


ବାଟୋଇ ଭାଇ ହୋଇ ହାଲିଆ 

ଖୋଜଇ ଛାଇ ଗଛ ମୂଳିଆ 

ଗୋରୁ ମଇଁଷି କୁକୁର ଛେଳି 

     ପଡନ୍ତି ହୋଇ ଫାଆଁ 

 ମୁଁ ବଇଶାଖୀ ଝାଞ୍ଜି ବାଆ !


ବାଡ଼ି ବଗିଚା ଭିତରେ ଯାଇ 

ପାଚିଲା ଆମ୍ବ ଦିଏ ଖସାଇ 

ନେଉଳ ଭାଇ ମୋହରି ଲାଗି 

    ନାଚେ ଧୀନାକ ଧାଆ 

  ମୁଁ ବଇଶାଖୀ ଝାଞ୍ଜି ବାଆ !


ଆଇସିକ୍ରିମର ବଢ଼ଇ ଫଣ୍ଡା 

ସରବତ ଲସି ପେଟକୁ ଥଣ୍ଡା 

ମନ ଦୁଃଖ ରେ ଚା ପିଆଳି 

    ଶୀତଳ କରି ଚା 

  ମୁଁ ବଇଶାଖୀ ଝାଞ୍ଜି ବାଆ !



Rate this content
Log in

Similar oriya poem from Abstract