ଧୋକା
ଧୋକା
ବିଶ୍ୱାସ ଏଠି ସଳଖ କଲାଣି ଅଣ୍ଟା
ଗଛ ଡ଼ାଳ ବି ହେଲାଣି ଥୁଣ୍ଟା
ପରାଜିତ କେଉଁ ପକ୍ଷୀ ଆଖିରେ ଚିହ୍ନ
ବିଦ୍ରୋହର ଅବା ପ୍ରେମର ମାନୁନି ମନ
ଅସ୍ତରଙ୍ଗର କ୍ଳାନ୍ତ ପାଦରେ ଡେରିନି କାନ
ଶୁଣିବାକୁ ଥରେ ବଧୂଲି ଓଠରେ ଶୂନ
ଆଠ କଳସରେ ଅମାବାସ୍ୟାର ଜହ୍ନ
ଉଚ୍ଛନ୍ନ ତା ମନ ଫିକା ଫଗୁଣର ବର୍ଣ୍ଣ
ସାତ ପୁନେଇଁ ଜହ୍ନରେ କଳାଜାଇର ଚିହ୍ନ
ଅମାପ ତୃଷ୍ନାର ବ୍ୟଥା ଭିତରେ
ବିରହୀ ରୋଦନ ମନ
ଅସରା ଲୁହରେ ଭିଜିବାକୁ
ଛାତି ତଳ କମ୍ପନ ଆଖି ଡ଼ିଏଁ ଘନଘନ
କିଏ ଲୁଚାଇବ ଚୋରାଚଇତାଳି ତାଳି
ଅନୁଭବୀ ଏକା ଜାଣିଥାଏ ସେ କଥା
ମାଣିବନି ଜମା ତୁମ ମନ ।।
