ତୁମେ ହିଁ ସାକ୍ଷୀ ଏହାର
ତୁମେ ହିଁ ସାକ୍ଷୀ ଏହାର
ନିଜେ
ଆପଣା ମଣିଷର
ବୋଝ ହେବାକୁ ଚାହେଁନି ବୋଲି
ଶତ ଚେଷ୍ଟା ସତ୍ତ୍ୱେ
ବୋଝ ଉପରେ ନଳିତା ବିଡ଼ା ହେବାକୁ ପଡ଼େ ।
ସମୟ ଆଉ ଭାଗ୍ୟର
ମୋ ସହ ଘୋର ଶତ୍ରୁତା,
ଜୀବନ ଜିଏଁ ଜୀବିକା ପାଇଁ ବୋଲି
ଶାନ୍ତିରେ ନିଶ୍ବାସ ନେବାଟା କଷ୍ଟକର,
ଏ ଅଭିଶପ୍ତ ଜୀବନର
ଆଗାମୀ ଅଧ୍ୟାୟ କିପରି ହେବ
ହେ ଈଶ୍ୱର ତୁମେ ହିଁ ସାକ୍ଷୀ ଏହାର !!