Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଦେବଶିଳ୍ପୀ ବିଶ୍ବକର୍ମା

ଦେବଶିଳ୍ପୀ ବିଶ୍ବକର୍ମା

1 min
192



କୁଳଦେବତା ସେ ଶିଳ୍ପ ଓ ଶିଳ୍ପୀଙ୍କ

ପୂଜନ ଦିନଟି ଆଜି,

ପ୍ରଭାସ ଔରସେ ଯୋଗସିଦ୍ଧାଙ୍କର

ଗର୍ଭରୁ ଜନ୍ମଟି ଆଜି।୧।


ମତାନ୍ତରେ ସେହୁ ନାଭି କମଳରୁ

ବ୍ରହ୍ମାଙ୍କ ଠାରୁଟି ଜନ୍ମ,

ସେହୁ ଚତୁର୍ଭୁଜ ହାତରେ ବଟାଳି

ମାର୍ତ୍ତଲି ନେଇଣ ଜନ୍ମ।୨।


ଗଳେ ରତ୍ନ ହାର ବିଭୂଷିତ ସେହୁ

ମକର କୁଣ୍ଡଳ କର୍ଣ୍ଣେ,

ଦେବ କାରିଗର ଜଗତ କଲ୍ୟାଣେ

ଗୁଞ୍ଜୁ ଅଛି ନାମ କର୍ଣ୍ଣେ।୩।


ଜନ ଶିଳ୍ପୀଙ୍କର ଭଗବାନ ସେହୁ 

ଘରେ ଘରେ ଆଜି ପୂଜା,

ସଜ୍ଜିତ କରନ୍ତି ତାଙ୍କ ପ୍ରତିମୂର୍ତ୍ତି

ସବୁ କାମାଗାରେ ପୂଜା।୪।


ଅଟନ୍ତି କର୍ମୀକ ସେହୁ ସବୁ ଜନ

କରନ୍ତି ପୂଜା ଭକ୍ତିରେ 

ଅଘଟଣ କିଛି ନ ଘଟୁ କାର୍ଯ୍ୟରେ

ଚିନ୍ତା ରଖିଣ ମନରେ।୫।


ବ୍ରହ୍ମାଙ୍କ ନିର୍ଦ୍ଦେଶେ ଚରାଚର ପୃଥି

କଲେ ଶିଳ୍ପୀ ବିଶ୍ବକର୍ମା

ସମ୍ପୂର୍ଣ୍ଣ ବିଶ୍ବରେ ଶିଳ୍ପୀ ଭଗବାନ

ଗୁଞ୍ଜେ ନାମ ବିଶ୍ବକର୍ମା୬।


ସମ୍ପୂର୍ଣ୍ଣ ଭାରତେ ଚହଳଗହଳ

ବିଶ୍ବକର୍ମା ଆଗମନେ,

କରିବେ ଦେଶକୁ ଆତ୍ମନିର୍ଭରଟି

ଆଣିବେ ଗୌରବ ଦିନ।୭।


ଆତ୍ମବିଶ୍ୱାସରେ ଗୁଞ୍ଜୁ ଥିବ ଦେବ

ଗୁଞ୍ଜିବ ବିଜୟୀ ଗାଥା,

ପୁଣି ଶକ୍ତିଶାଳୀ ହେଉ ସବୁ କ୍ଷେତ୍ରେ

ଗୁଞ୍ଜିବ ଗୌରବ ଗାଥା।୮।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ବିଚ୍ଛନ୍ନାଚଳରୁ ମୋର,

ସବୁ ଅଭିଳାଷା ବିଶ୍ବକର୍ମା ପ୍ରଭୁ

ପୂର୍ଣ୍ଣ କରିବେ ଦେଶର।୯।


କୁଳଦେବତା ସେ ଶିଳ୍ପ ଓ ଶିଳ୍ପୀଙ୍କ

ପୂଜନ ଦିନଟି ଆଜି,

ପ୍ରଭାସ ଔରସେ ଯୋଗସିଦ୍ଧାଙ୍କର

ଗର୍ଭରୁ ଜନ୍ମଟି ଆଜି।୧୦।


Rate this content
Log in

Similar oriya poem from Abstract