ଆଇସ୍କ୍ରିମ
ଆଇସ୍କ୍ରିମ
ଆରାମ ଲାଗେ ଗରମ ପାଟି
ଖାଇଲେ ଲାଗଇ ମଜା
ଭଳିକି ଭଳି ରୂପ ତାହାର
ଗ୍ରୀଷ୍ମେ ପଡଇ ଖୋଜା ।
ପବନ ଯେବେ ଛୁଏଁ ତା'ଦେହ
କଠିନ ହୁଅଇ ଜଳ
କାଠିରେ ଥିଲେ ଖସି ପଡ଼ଇ
ଶେଷ ତା' ଜୀବନ କାଳ ।
ଅଳ୍ପ ବହୁତ ମୂଲ୍ୟ ତାହାର
ଚାହିଦା ସକଳ ସ୍ଥାନେ
କୁନା ଦେଖିଲେ ଖୁସି ମନରେ
ବଉକୁ କହିକି କିଣେ ।।