Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sagar Kumar Parida

Abstract

3  

Sagar Kumar Parida

Abstract

ମାୟା ସଂସାରେ ଭାଗବତ

ମାୟା ସଂସାରେ ଭାଗବତ

1 min
174



ଭାଗବତ ଦିବ୍ୟ ଅମୀୟ ବାଣୀ

ଶ୍ରବଣେ ମୁକତି କଳିର ପ୍ରାଣୀ

ବାରସ୍କନ୍ଧେ ଏହା ହୋଇ ବିଭକ୍ତ

ହରିଲୀଳା କଥା କରେ ବ୍ୟକତ

  ବ୍ୟାସଦେବ ବିରଚିତ

ଶୁକ ମୁଖୁ ଶୁଣି ମୁକତି ଲଭିଲେ ଅଭିମନ୍ୟୁଙ୍କର ସୁତ ।


ଗୋବିନ୍ଦ,ଶ୍ରୀକୃଷ୍ଣ, ମଧୁସୂଦନ

ପର୍ଶୁରାମ, ରାମ ନାମ ସ୍ମୁରଣ

କପିଳଙ୍କ ବାଣୀ ମାତାଙ୍କ ପାଶେ

ଗଜ ଉଦ୍ଧାରିଣ ଅର୍କକୁ ନାଶେ

  ଅଜାମିଳ ମହାପାପୀ

ପୁତ୍ର ନାମ ଡାକି ଉଦ୍ଧାର ପାଇଲା ବିଷ୍ଣୁଦୂତ ନେଲେ ଡାକି ।


ଭାଗବତ ଆମ ହୃଦସ୍ପନ୍ଦନ

ହିନ୍ଦୁମାନଙ୍କର ଅମୂଲ୍ୟ ଧନ

ସାକ୍ଷାତ ଅଟନ୍ତି ବିଷ୍ଣୁ ସ୍ୱରୂପ

ଭକ୍ତିଭାଵ ସୃଷ୍ଟି ହୃଦୟମଧ୍ୟ

 ପ୍ରେତ,ପାପୀ, ତପୀ ଶୁଣି

ବୌକୁଣ୍ଠ ଲୋକକୁ ଗମନ କରନ୍ତି ଶାସ୍ତ୍ର ଯେ ଅଛି ବଖାଣି ।








Rate this content
Log in