STORYMIRROR

Chittaranjan Nanda

Abstract

3  

Chittaranjan Nanda

Abstract

ଚରଣ ଚୁଟିଆ ନୀତିକୁ ଛାଡିବା

ଚରଣ ଚୁଟିଆ ନୀତିକୁ ଛାଡିବା

1 min
143


ଜୀବନ ଦୁଃଖ ସୁଖ ମିଶାଣ ଫେଡ଼ାଣ ହାନି 

ଲାଭ ଥାଇ ଏକ ଲୁଚ କାଳି ଖେଳ 

ସମୟେ ସମୟେ ମିଳେ ନିଃସଙ୍ଗତା, ବିଶ୍ୱାସେ

ବିଷ, ଧୋକା, ଏତ କର୍ମ ଭୂମି ସ୍ଥଳ 


ସମ୍ପର୍କ ଦଉଡି ଛିଣ୍ଡି ଯାଏ ଯେବେ ଆପଣା ଲୋକ 

ଛୁରୀ ତ ଭୁଶେ ଏହା ଧୃବ ସତ୍ୟ

ସ୍ୱଚ୍ଛତା, ମାନବିକତା, ସୁନ୍ଦରତା ବଳେ, ଅନ୍ଧାରତା 

ଦୂର ହୋଇ ମନୁଷ୍ୟେ ମିଳେ ଅମୃତ 


ସମାଜର କିଛି ଲୋକ, ମୁଖେ ଭଦ୍ର ମୁଖା ପିନ୍ଧି, 

ଚରଣ ଚୁଟିଆ ନୀତିରେ ଅନ୍ୟକୁ ଲୁଟନ୍ତି 

ସ୍ୱାର୍ଥପର ବ୍ୟକ୍ତି କେବେ ବିଶ୍ବାସୀ ନୁହଇଁ, ହୃଦୟେ

ତାଙ୍କ ଭରିଛି ଅନ୍ୟକୁ ଠକିବା ନୀତି   


ଆସିଛେ ଖାଲି ଯିବାତ ଖାଲି, କାହିଁକି ଅନ୍ୟାୟ 

ଅନୀତିକୁ ହୃଦୟରୁ ନଛାଡ଼ି ଦବା

ଶୁଦ୍ଧ, ନିର୍ମଳ, ଧର୍ମ ସ୍ୱଛତାର ପଥ, ଶାନ୍ତି ସୁଖର 

ବାଟ, କିଆଁ ଦୁଃଖାଗ୍ନିର ପଥକୁ ବାଛିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract