STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ଆନ୍ତତର୍ଜାତୀୟ ଶାନ୍ତି ଦିବସର ଚିନ୍ତନ

ଆନ୍ତତର୍ଜାତୀୟ ଶାନ୍ତି ଦିବସର ଚିନ୍ତନ

1 min
193


ଆଜି ସେପ୍ଟେମ୍ବର ଏକୋଇଶ

ଆନ୍ତର୍ଜାତୀୟ ଶାନ୍ତି ଦିବସ


ବାଜିଉଠେ ଶାନ୍ତିଘଣ୍ଟି ଏ ଶୁଭ ଲଗନେ

ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟ ଭବନେ


ଜାଗିଉଠ ଏକସଙ୍ଗେ ଆହେ ବିଶ୍ବବାସୀ

ହିଂସା ଆତଙ୍କ ଯୁଦ୍ଧର ଦୁଃସ୍ବପ୍ନ ବିଧ୍ବଂସୀ


ହେ ମଣିଷ ଶୁଣ ମୋର କଥା ଦୁଇପଦ 

ଶାନ୍ତି ଅଟେ ତୁମପାଇଁ ଅମୂଲ୍ୟ ସମ୍ପଦ


ସର୍ବତ୍ର ବିରାଜମାନ ହିଂସା ପରିବେଶ

ହିଂସାବଳେ ଜାଣିରଖ ହୁଏନି ବିକାଶ


ଅଗ୍ନିସମ ଜାଳିଦିଏ ପ୍ରାଣକୁ ତୁମର

ଶାନ୍ତି ଚୋରି କରିନିଏ ସମସ୍ତ ପ୍ରାଣର


ହିଂସା ପଥେ ଶ୍ରମ ଶକ୍ତି ଚିନ୍ତା ଅପଚୟ

ବିକାଶର ପଥ କରେ ସେ କଣ୍ଟକମୟ


ମନ କରେ ଭାରାକ୍ରାନ୍ତ ଆଣେ ମନେ ଭ୍ରାନ୍ତି

ଯୁଦ୍ଧଂଦେହି ଚିନ୍ତା ମନୁ ହଜାଇଦିଏ ଶାନ୍ତି


ବିଶ୍ବ ଆଜି ଚାହେଁ ସଭ୍ୟତାର ସମଗ୍ର ପ୍ରଗତି

ବିଶ୍ବଭ୍ରାତୃଭାବ ସଙ୍ଗେ ଶାନ୍ତି ମୈତ୍ରୀ ପ୍ରୀତି


ଯୁଦ୍ଧେ ହିଂସା ଆଚରଣେ ଦେବାନାହିଁ ମନ

ହଟାଇବା ଯୁଦ୍ଧର ଆତଙ୍କ ହିଂସାର ଦୁଃସ୍ବପ୍ନ


ଯୁଦ୍ଧ ନେଉଅଛି ବିଶ୍ବରୁ ଶାନ୍ତି ସଙ୍ଗେକେତେ ଧନ ଜନ

ଲାଭ କିଛି କରେନାହିଁ ଏହା ଆଣଇ ଯେ ଦୁର୍ଦ୍ଦିନ


ମହାନ ଭାରତୀୟ ବାର୍ତ୍ତା 'ବସୁଦ୍ଧୈବ କୁଟୁମ୍ବକମ୍'

ଶାନ୍ତିପୂର୍ଣ୍ଣ ସହାବସ୍ଥାନେ ହିଁ ହୁଏ ସର୍ବମଙ୍ଗଳକାମ


ମହାତ୍ମାଗାନ୍ଧୀ ଶୁଣାଇଛନ୍ତି ଶାନ୍ତି ଅହିଂସା ବାଣୀ

ସତ୍ୟ ଶାନ୍ତି ଅହିଂସା ବଳେ ହସିଉଠିବ ଧରଣୀ


ଅଜ୍ଞାନ ଦାରିଦ୍ର୍ୟ ଅସ୍ପୃଶ୍ୟତାସଙ୍ଗେ ଏକାଠି ଲଢିବା ଆସ

ଶାନ୍ତି ମୈତ୍ରୀର ଭାବରେ ରଚିବା ନୂଆ ବିଶ୍ବ ଇତିହାସ


ଆସ ହେ ଗଢିବା ନୂତନ ବିଶ୍ବ ନୂଆ ବୈଦେଶିକ ନୀତି

ସକଳ ଦେଶର ନୀତିରେ ରହିବ କେବଳ ବିଶ୍ବ ଶାନ୍ତି


ସକଳ ଜନର ପ୍ରାଣେ ପ୍ରାଣେ ଖେଳୁ ବିଶ୍ବଭ୍ରାତୃତ୍ବଭାବ

ଅକ୍ଷୟ ହେଉ ଶାନ୍ତି ବିଶ୍ବରେ ମାନବୀୟ ମନୋଭାବ


ସକଳେ ମିଳିଣ ଆସ ବଜାଇବା ଜୋରେ ବିଶ୍ବଶାନ୍ତି ଘଣ୍ଟି

ଗୁଞ୍ଜରିତ ହେଉ କୋଣେ ଅନୁକୋଣେ କେବଳ ବିଶ୍ବଶାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract