Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanti Rout

Abstract Inspirational

4.0  

Suryakanti Rout

Abstract Inspirational

~~ବାପା ~~

~~ବାପା ~~

1 min
213


ବାପା ତୁମେ ଅଟ ବିସ୍ତ୍ତୃତ ଆକାଶ

     ବିଶାଳ ସିନ୍ଧୁର ଜଳ

ତ୍ୟାଗ ବଳିଦାନ ଆଦର ଯତନ

    ପିଲାଙ୍କ ଉପରେ ଢାଳ |


ବାପା ତୁମେ ଅଟ ସଶକ୍ତ ପର୍ବତ

    ଦୀପର ପ୍ରଦୀପ ଶିଖା

ସହି ଚାଲିଥାଅ ଜ୍ୱଳନର ପିଡା

   ଦେଖାଅନି ତୁମ ବ୍ୟଥା |


ବାପା ତୁମେ ଅଟ ସୁରକ୍ଷା ପ୍ରାଚୀର

    ଘରର ସେ ମଝି ଖୁଣ୍ଟ

ସୁରକ୍ଷିତ ରଖ ପ୍ରତିଟି ଜୀବନ

    ଦେଖାଅ ଜିଇବା ବାଟ |


ବାପା ତୁମେ ଅଟ ତ୍ୟାଗର

 ପ୍ରତିମା

    ଗମ୍ଭୀର ଗୁମ୍ଫା ଶୂନ୍ୟତା

ତ୍ୟାଗ କରିଚାଲ ନିଜର ସର୍ବସ୍ବ

    ଦିଅ ଯେ ଶାନ୍ତି ର ବାର୍ତ୍ତା |


ବାପା ତୁମେ ଅଟ ନାରୀକେଳ ଫଳ

    ଶାସନ ର ମାନଦଣ୍ଡ

ଶୃଙ୍ଖଳା ଦାୟିତ୍ୱ କର୍ତ୍ତବ୍ୟର ଜ୍ଞାନ 

    ଦେଖାଇଛ ସତ ପଥ |


ବାପା ତୁମେ ଅଟ ପ୍ରଥମ ପୁରୁଷ

    ପ୍ରତିଟି ସନ୍ତାନ ପାଇଁ

ତୁମ ସତ୍ୟ ନିଷ୍ଠା ବିରତ୍ୱର ସ୍ମୃତି

     ସଞ୍ଚେ ଚିର ଦିନ ପାଇଁ ।



Rate this content
Log in

Similar oriya poem from Abstract