STORYMIRROR

Suryakanti Rout

Tragedy

4  

Suryakanti Rout

Tragedy

ଏଇତ ଜୀବନ

ଏଇତ ଜୀବନ

1 min
206

ଜୀବନ ତ ଏକ ଅଙ୍କା ବଙ୍କା ନଈ

    ସମୟରେ ଯାଏ ବହି 

ସୁଖ ଦୁଃଖ ଦୁଇ କୂଳ ଛୁଇଁ ଛୁଇଁ

   ମୃତ୍ୟୁ ରେ ପହଞ୍ଚେ ଯାଇ ।।


ଜୀବନ ତ କେବେ ଅମା ଅନ୍ଧକାର

    କେବେ ଯେ ପୂର୍ଣ୍ଣିମା ରାତି

ସବୁ ଏଠି ପରା ନିଅତି ର ଖେଳ

    ମରୁ ଖାଲି ଚିନ୍ତି ଚିନ୍ତି ।।


ଭାଙ୍ଗେ ଏଠି ପୁଣି କେତେ ଯେ ସମ୍ପର୍କ

   ଗଢି ଉଠେ କେତେ ନୂଆ

ସ୍ନେହ ଶ୍ରଦ୍ଧା ଆଉ ଆତ୍ମୀୟତା ସହ

   ଭେଟେ ସେ ଛଳନା ଛୁଆଁ ।।


ଜୀବନରେ ଆସେ ସଫଳତା କେତେ

    ବିଫଳତା ବି ଅନେକ

ଦିନ ରାତି ଭଳି ହସ ଲୁହ ପରା

    ଜୀବନର ଦୁଇ ପାଖ ।।


ଏଇତ ଜୀବନ ଈଶ୍ୱରଙ୍କ ଦାନ

     କରିବା ମହତ କାମ

ପର ଉପକାରେ ଜୀବନ ଜିଇଲେ

    ଅମର ରହିବ ନାମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy