Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanti Rout

Inspirational

4.7  

Suryakanti Rout

Inspirational

ଗୁରୁ ତୁମେ

ଗୁରୁ ତୁମେ

1 min
315


             

ଗୁରୁ ତୁମେ ମୋର ଚଳନ୍ତି ଠାକୁର

     ଆତ୍ମ ବିଶ୍ୱାସର ଚାବି

ଅଜ୍ଞାନରୁ ଜ୍ଞାନ ଅନ୍ଧାରୁ ଆଲୋକ

     ଦେଖାଅ ବିଶ୍ୱର ଛବି ||


ଗୁରୁ ତୁମେ ମୋର ସତ୍ୟର ମୂରତି

   ନ୍ୟାୟ ଧର୍ମ ତୁମ ନିତି

ସ୍ୱାର୍ଥହୀନ ହୋଇ ଜ୍ଞାନ ବାଣ୍ଟି ଚାଲ

    ଶିକ୍ଷାର୍ଥୀ ଭବିଷ୍ୟ ଚିନ୍ତି ||


ଗୁରୁ ତୁମେ ମୋର ସଖା ପୁଣି ବନ୍ଧୁ

    ମନକୁ ନିଅ ମୋ କିଣି

ମୁହଁ ଦେଖି ଦେଇ ଜାଣିପାରି ଥାଅ

   ଅନ୍ତର ବେଦନା ଶୁଣି ||


ଗୁରୁ ତୁମେ ମୋର ଜ୍ଞାନର ଭଣ୍ଡାର

     ସହସ୍ର ପୁସ୍ତକ ମେଳି

ତୁମ ଜ୍ଞାନ ପାଇ ଅଜ୍ଞାନ ଯେ ଜ୍ଞାନୀ

  କେହି ନୁହେଁ ତୁମ ଭଳି ||


ଗୁରୁ ତୁମେ ମୋର ପଥ ପ୍ରଦର୍ଶକ

     କଣ୍ଟକ ପଥର ପୁଷ୍ପ

ତୁମ ସାନିଧ୍ୟରେ ଦୁବ ହୁଏ ଦ୍ରୁମ

     ଜ୍ଞାନ ବିଛୁ୍ରାଏ ବାସ ||


ଗୁରୁ ତୁମେ ମୋର ପରାତ୍ମା ପୁରୁଷ

      ମୋ ଜୀବନ ତୁମ ଦାନ

ମଣିଷଟେ କରି ତୁମେ ତ ଗଢିଛ 

     ରଖିଛି ମୁଁ ଦେଶ ମାନ ||



Rate this content
Log in

Similar oriya poem from Inspirational