STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଏସନ ରଜ

ଏସନ ରଜ

1 min
23.6K

ଶୁଭୁନାହିଁ ରଜ ଗୀତ

ନାହିଁ ଦୋଳି ନାହିଁ ପାଶେ ସଙ୍ଗାତ

ପାଶେ ସଙ୍ଗାତ ଲୋ, ଏସନ ଲାଗେ ତିକିତ।

ଡରାଉଛି ମହାମାରୀ

ମିଳାମିଶା ଆଜି ସାଜେ ବଇରୀ

ଜ଼ସାଜେ ବଇରୀ ଲୋ, ଦୂରତା ଅତି ଜରୁରୀ।

ପାନ ଖାଇବାତ ମନା

ପାନ ଛେପ ଦ୍ୱାରା ବ୍ୟାପେ କରୋନା

ବ୍ୟାପେ କରୋନା ଲୋ, ଏ କଥା ମନୁ ଭୁଲନା।

କି ସଜ ହେବି ମକର

ମୁହଁ ବାନ୍ଧି ଯେବେ ହେବି ବାହାର

ହେବି ବାହାର ଲୋ, ସାଜିବା କି ଦରକାର।

ସାଇବୁଲା ମନେପଡ଼େ

କବାଟକୁ କିଳି ବସିବା ଘରେ

ବସିବା ଘରେ ଲୋ, ପରିବାର ସଙ୍ଗତରେ।

କରନାହିଁ ମନ ଉଣା

ରଜର ଉତ୍ସାହ ନକର ଉଣା

ନକର ଉଣା ଲୋ ସୁସ୍ଵରେ ଗାଅ ଗାୟଣା। 

ନୂଆରଙ୍ଗେ ସଜବାଜ

ଦୁରେ ଏକ ହୃଦେ ପାଳିବା ରଜ

ପାଳିବା ରଜ ଲୋ ଥମିବନି ତା ମଉଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract