STORYMIRROR

shibananda barik

Abstract

4  

shibananda barik

Abstract

ତାରା

ତାରା

1 min
247


ଆଈମା କୋଳେ କେବେ ଶୁଣିଥିଲି 

ଅଲୌକିକ କୁହୁକ କାହାଣୀ ସେ ଗଢିଛି ଦଇବ,

ସ୍ପର୍ଶ ଠାରୁ ବହୁ ଦୂରେ ଅନୁମାନ କରି

ନିଖୁଣ ବିନ୍ଧାଣି ଖଞ୍ଜିଛି ମଣି ମୁକ୍ତାର ଦରବ।


ପରୀ କୁମାରୀମାନଙ୍କ ଅଦେଖା ଅସ୍ମିତା

କେମିତି ରାଜକୁମାରର ମନରେ ଦେଲା ତୋଳି,

ଏଇଠି ସେଇଠି ତାରା ସେ ତାରା ଫୁଲରେ 

ଲୁଚି ଛପି ଆସି ପ୍ରେମର ଅବିର ଦେଲା ବୋଳି।


ଚିକିମିକି ଚମକି ମୋହିନେଲା ମନ ମୋହିନୀ  

ଏକାନ୍ତରେ ଭାବେ କେତେ ରାତ୍ରିର ଅନ୍ଧାରେ,

ମହୁ ଝରେ ସ୍ମୃତି ତୀରେ ମୁହୂର୍ତ୍ତ ମୁହୂର୍ତ୍ତ ଧରି

ଏକାକୀ ଆନନ୍ଦେ ଭାସିଯିବି ସମ୍ପର୍କ ସୁଅରେ।


ମୋତି ଭଳି ଝଲସୁଛି ଘଡ଼ିଏ ପହରେ,

କେବେ ପ୍ରେମ କେବେ ବିରହ ପୁଣି କେବେ

କଳ୍ପନା ବିଳାସୀ ରସିକର ଲେଖନୀ ତୂଳୀରେ,

ରେ ତାରା ରହିବୁ କି ମୋ କବିତା ଶୀର୍ଷକରେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract