STORYMIRROR

Manisha Pattnayak

Abstract

3  

Manisha Pattnayak

Abstract

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
302


ଧବଳ ଫର ଫର କାଶତଣ୍ଡୀ ଫୁଲ

ନଈ ଧାରେ ଧାରେ ହସେ

କଳା ମେଘ ଆଉ ନାହିଁ ଏବେ

ଆକାଶ ନିର୍ମଳ ଦିଶେ ।।


ଜହ୍ନ ଢାଳି ଦିଏ ରୂପେଲି ଜୋଛନା

ଧରଣୀରେ ରାତି ସାରା

ମନ କିଣିନିଏ କାଶତଣ୍ଡୀ ଫୁଲ 

ସବୁଜ ସୁନ୍ଦର ଭରା ।।


ଭ୍ରମି ବୁଲେ ପ୍ରଜାପତି ଯେତେ

ତୋ ପିଠେ ବସି ନାନାଗୀତ ଗାଇ

ଯୁଇ, ଯାଇ,ସେବତୀ,ମାଳତୀ,

ଫୁଟି ବାସେ, ଦିଗ ଚହଟଇ ।।


ଶାରଦୀୟ ସମାହାରେ ଦିଶଇ ଶୋଭା

ମନ ମୋହିନିଏ ଦେଖି ଅପୂର୍ବ ଆଭା

କାଶତଣ୍ଡୀ ତୁମ ଆଗମନେ

ଖୁସିର ଲହରୀ ଖେଳିଯାଇ

ଭରିଯାଏ କୌତୁହଳ ମନେ।।


ତୋ ଗୁଣ ଗାଇବେ କେତେ ଯେ

ପଶୁ ପକ୍ଷୀ ନରନାରୀ

ଶରତେ ତୁମର ଆଗମନ ହୁଏ

କାଶତଣ୍ଡୀ ତୁମେ ଅପୂର୍ବ ସୁନ୍ଦରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract