କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
ଧବଳ ଫର ଫର କାଶତଣ୍ଡୀ ଫୁଲ
ନଈ ଧାରେ ଧାରେ ହସେ
କଳା ମେଘ ଆଉ ନାହିଁ ଏବେ
ଆକାଶ ନିର୍ମଳ ଦିଶେ ।।
ଜହ୍ନ ଢାଳି ଦିଏ ରୂପେଲି ଜୋଛନା
ଧରଣୀରେ ରାତି ସାରା
ମନ କିଣିନିଏ କାଶତଣ୍ଡୀ ଫୁଲ
ସବୁଜ ସୁନ୍ଦର ଭରା ।।
ଭ୍ରମି ବୁଲେ ପ୍ରଜାପତି ଯେତେ
ତୋ ପିଠେ ବସି ନାନାଗୀତ ଗାଇ
ଯୁଇ, ଯାଇ,ସେବତୀ,ମାଳତୀ,
ଫୁଟି ବାସେ, ଦିଗ ଚହଟଇ ।।
ଶାରଦୀୟ ସମାହାରେ ଦିଶଇ ଶୋଭା
ମନ ମୋହିନିଏ ଦେଖି ଅପୂର୍ବ ଆଭା
କାଶତଣ୍ଡୀ ତୁମ ଆଗମନେ
ଖୁସିର ଲହରୀ ଖେଳିଯାଇ
ଭରିଯାଏ କୌତୁହଳ ମନେ।।
ତୋ ଗୁଣ ଗାଇବେ କେତେ ଯେ
ପଶୁ ପକ୍ଷୀ ନରନାରୀ
ଶରତେ ତୁମର ଆଗମନ ହୁଏ
କାଶତଣ୍ଡୀ ତୁମେ ଅପୂର୍ବ ସୁନ୍ଦରୀ।।
