STORYMIRROR

Manisha Pattnayak

Others

3  

Manisha Pattnayak

Others

ହିସାବ

ହିସାବ

1 min
343

ମଣିଷ ଜୀବନ ଦୁର୍ଲ୍ଲଭ ଜନମ

ପାଇ ଅଛି ଏକା ମୁହିଁ

ଏକା ଏକା ବଞ୍ଚୁଛି ନିଃସଙ୍ଗତାରେ 

କେତେ ଦୁଃଖ ପାଏ ମୁହିଁ ।।


ସାଥିଟିଏ ଖୋଜା ପଡେ ମୋ ଜୀବନେ

ଜୀବନ ଜୀଇଁବା ପାଇଁ

ସାଥି ବିନା ଜୀବନ ମନ ମାନେନା 

ଅଧା ଲାଗେ ତାହା ପାଇଁ ।।


ସଂସାର ଭିତରେ ଘରଟିଏ କଲେ 

ସାଥିଟିଏ ଦରକାର

ନିଃସଙ୍ଗତାରେ ଜୀବନ ବିତେଇବା 

ମନରେ ଲାଗେ ଜହର ।।


ମଣିଷ ଜୀବନ ବଞ୍ଚିବାକୁ ହେଲେ

ବନ୍ଧୁତା ହେବାକୁ ହୁଏ

ଜୀବନ ସାର୍ଥକ କରିବା ପାଇଁ ଯେ

ବନ୍ଧୁତା ଜରୁରୀ ହୁଏ।।


ନିଃସଙ୍ଗତା ଅଟଇ ଅନ୍ଧାରମୟ

ନିର୍ଜୀବ ଆତ୍ମାର ଘର

ନିଃସଙ୍ଗତା ପର କରିଦିଏ ଦିନେ

ସମାଜରେ ଅଧିକାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍