STORYMIRROR

Manisha Pattnayak

Inspirational

3  

Manisha Pattnayak

Inspirational

ଭିଜା ମାଟି

ଭିଜା ମାଟି

1 min
171

ଭିଜାମାଟିର ମହମହ ବାସ୍ନାରେ

ମନକୁ ମୋହିତ କରେ

ରଜସ୍ୱଳା ହୋଇଣ ଧରଣୀ ମାତା  

ମାଟିକୁ ଉର୍ବର କରେ


ଛଳଛଳେଇ ଗରଜି ଉଠେ ବାଦଲ

ଧରଣୀ ଫଟା ମାଟିରେ

ଝିପିଝିପି ବର୍ଷା ଭିଜିଯାଏରେ

ପବନ ଦୋହଳିରେ


ଆଷାଢ଼ ମାସରେ ବରଷା ଝରିଲା

ଓଠରେ ଫୁଟିଲା ହସ

ଧରଣୀ ଭିଝିଲା ସବୁଜ ଭରିଲା

ପତରେ ପୁରିଲା ରସ 


ଜୁଇ, ଜାଇ, ହେନା କଦମ୍ବ, ମାଳତୀ

ଫୁଟି ବାସେ ଚହଟଇ

କୃଷକ ଭାଇ କାମ କରେ ଆନନ୍ଦରେ 

ହାଲିଆ ଗୀତ ଗାଇ


ଝିପିଝିପି ମେଘ ବରଷାରେ ବେଙ୍ଗ 

କେଁ କଟର ରାବଦିଏ

ଭିଜା ମାଟି ଦେହର ପରସ ପାଇ

ଆନନ୍ଦରେ ନାଚୁ ଥାଏ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational