ଭିଜା ମାଟି
ଭିଜା ମାଟି
ଭିଜାମାଟିର ମହମହ ବାସ୍ନାରେ
ମନକୁ ମୋହିତ କରେ
ରଜସ୍ୱଳା ହୋଇଣ ଧରଣୀ ମାତା
ମାଟିକୁ ଉର୍ବର କରେ
ଛଳଛଳେଇ ଗରଜି ଉଠେ ବାଦଲ
ଧରଣୀ ଫଟା ମାଟିରେ
ଝିପିଝିପି ବର୍ଷା ଭିଜିଯାଏରେ
ପବନ ଦୋହଳିରେ
ଆଷାଢ଼ ମାସରେ ବରଷା ଝରିଲା
ଓଠରେ ଫୁଟିଲା ହସ
ଧରଣୀ ଭିଝିଲା ସବୁଜ ଭରିଲା
ପତରେ ପୁରିଲା ରସ
ଜୁଇ, ଜାଇ, ହେନା କଦମ୍ବ, ମାଳତୀ
ଫୁଟି ବାସେ ଚହଟଇ
କୃଷକ ଭାଇ କାମ କରେ ଆନନ୍ଦରେ
ହାଲିଆ ଗୀତ ଗାଇ
ଝିପିଝିପି ମେଘ ବରଷାରେ ବେଙ୍ଗ
କେଁ କଟର ରାବଦିଏ
ଭିଜା ମାଟି ଦେହର ପରସ ପାଇ
ଆନନ୍ଦରେ ନାଚୁ ଥାଏ
