STORYMIRROR

Manisha Pattnayak

Inspirational

3  

Manisha Pattnayak

Inspirational

ହିସାବ

ହିସାବ

1 min
233


ସତରେ ଲୋ ନଈ ବହିଚାଲୁ କାହାପାଇଁ

ଅଙ୍କାବଙ୍କା ପଥ ଦେଇ

ପାହାଡ଼ି ତନୟ ବୋହି ନିଜ ଦେହେ

କୁଆଡେ ଯାଉଛୁ ନେଇ।


ତୋ ' ଜଳ ସବୁରି ଜୀବନ ବଞ୍ଚାଏ

ଜଗତ ଅନାଇ ଥାଏ

କେତେ ଜଳଚର ଜୀବନ ଆଶ୍ରୟ

ତୋରି ସ୍ଥଳେ ନେଇଥାଏ ।


ସାରା ଜଗତର ମୂଳ ଉପାଦାନ

ତୋ ପାଇଁ ଜୀବନ ମହାନ

ବହିଚାଳୁ ତୁ ପାହାଡ ଅନାସୟରେ 

ଝରଣାରେ ଝରୀ ତୋ ତନ ।


ସାଙ୍ଗ ସାଥି ମେଳେ ମଜା କରୁଥାଉଁ

ନୋହି କାରେ ପ୍ରତିବାଦୀ

ତୋ କୂଳେ କେତେ ଯେ ଗଢ଼ି ଉଠୁଛି

ନଗ୍ର କାରଖାନା ଆଦି ।


ସାରା ଜଗତକୁ ଆଳୋକ ଦେଖାଇ

ହୋଇ ଥାଉ କେତେ ସାହା

ସବୁରି କାମକୁ ଯୋଗାଉଛୁ ଜଳ

ଜଗତ ଚାହିଁ ଥାଏ ତୋ ରାହା ।


Rate this content
Log in

Similar oriya poem from Inspirational