STORYMIRROR

Manisha Pattnayak

Abstract

4  

Manisha Pattnayak

Abstract

ହିସାବ

ହିସାବ

1 min
343

କାଗଜ ଡ଼ଙ୍ଗା


ଭାସିଜା ମୋର କାଗଜ ଡ଼ଙ୍ଗା

ଡରି ଯିବୁ ନାହିଁ ଅଧାବାଟରେ

ପବନ ବହୁଛି ଧୀରେ ଧୀରେ

ଓଲଟି ପାଲଟି ଜିବୁ ନାହିଁରେ 


ଝିପିଝିପି ମେଘ ବରସଇ 

ଘଡ଼ଘଡ଼ି ଡ଼ାକେ ରହିରହି

ଆକାଶେ ମେଘର ଶବଦରେ

କାଗଜ ଡ଼ଙ୍ଗା ମୋ ଭାସିଯା ପାଣିର ସ୍ରୋତେ


ବାଳୁତ କାଳରେ କେତେ ଖେଳିଛି

ଝିପିଝିପି ବରଷାରେ କେତେ ନାଚିଛି

ଧଳା ଫର ଫର କାଗଜ ଡ଼ଙ୍ଗା

ଗୀତ ଗାଇ କି ଦେଇଛି ଭସେଇ ବର୍ଷା ପାଣିରେ


ଧନ୍ୟ ତୋ ଜୀବନ ଡଙ୍ଗା ଟିଏ ହୋଇଲୁ

କେତେ ଆଦରରେ ଭସାଅନ୍ତି ତୋତେ

କାର୍ତ୍ତିକ ମାସର ପୂର୍ଣ୍ଣିମାରେ 

ଜଳରେ ଭସେଇ ଦିଅନ୍ତି କେତେ କେତେ


ତୋତେ ସ୍ନେହ କରି କେତେ ନରନାରୀ

କେତେ ରଙ୍ଗ ବୋଳି ଧୂପଦୀପ ଜାଳି 

ଆ- କା-ମା-ବୌ ଗୀତ ଗାଇ

ଜଳରେ ଦିଏ ଭସାଇ ମେଲାଣି ଦେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract