Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manisha Pattnayak

Abstract

4  

Manisha Pattnayak

Abstract

ହିସାବ

ହିସାବ

1 min
397



କେତେ ଦୁଃଖ କଷ୍ଟ ସହି ଜନ୍ମ ଦେଇ

ଦୁନିଆ ଦେଖାଏ ଆମକୁ

ସେହି ସନ୍ତାନ ବଡ଼ ହେଇ କଟୁ

କଥା କହି ଦିଏ ମାଆକୁ ।


ଟିକେ କଥା କୁ ନେଇ ଭାଇ ଭାଇ 

ଭିତରେ ଝଗଡା ହୁଏ

ବୁଝାମଣା ନ ହୋଇ ମାନ ଅଭିମାନ

ନିଜ ନିଜ ଭିତରେ ହୁଏ ।


ମାଆ ବାପା ଦୁହେଁ ମିଶି କେତେ କଷ୍ଟ

କରନ୍ତି ସନ୍ତାନ ପାଇଁ 

ଲୁହକୁ ପାଣି ଭାବି ପିଇ ଚାଲନ୍ତି

ସନ୍ତାନ ଭବିଷ୍ୟତ ପାଇଁ ।


ସେହି ସନ୍ତାନ ବଡ଼ ହେଇ ତ୍ୟାଗୀ ଦିଏ

ସ୍ତ୍ରୀ ର କାଠ ପିତୁଳା ହୋଇ,

ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଫାଟପଡି ଯାଏ

ଛୋଟ ଛୋଟ କଥାକୁ ନେଇ ।


ଟିକିଏ କଥାରେ ମହାଭାରତ ହୋଇଥିଲା 

କୌରବ ପାଣ୍ଡବ ଭିତରେ,

ନିଜ ରକ୍ତ ନିଜକୁ ଧୋକା ଦେଇଥିଲା

ନିଜ ସାମ୍ରାଜ୍ୟ ଅଧିକାରେ ।


 


Rate this content
Log in

Similar oriya poem from Abstract