STORYMIRROR

Kabiratna Nutan Kumar Behera

Romance Action Inspirational

3  

Kabiratna Nutan Kumar Behera

Romance Action Inspirational

ହଳଦୀ ରଙ୍ଗର ମହକ

ହଳଦୀ ରଙ୍ଗର ମହକ

1 min
579


ଖୋଲିଲେ ଆଖି ଦୃଷ୍ଟିକୁ ଆସେ ସୃଷ୍ଟିର ରୂପ

ନାନା ରଙ୍ଗେ ରଙ୍ଗାୟିତ ଦୃଶ୍ୟପଟ୍ଟ

ଭାବନାର ନେତ୍ରେ ଦିଶେ ସବୁ ତା'ଠୁ ଅଧିକ

ମନ ପ୍ରାଣକୁ କରି ଆଣେ ଏକଜୁଟ।

ସାତ ରଙ୍ଗ ମଧ୍ୟେ ହଳଦୀ ରଙ୍ଗ ସ୍ଵତନ୍ତ୍ର ନିଆରା

ମହକ ତାର ନିଏ ମନକୁ ଆକର୍ଷି, 

ଭାବନାର ଉପବନେ ଫୁଟେ ଚନ୍ଦନ ଚମ୍ପା

ଅନ୍ତରରୁ ପ୍ରେମର ସୁଧା ପଡ଼େ ବରଷି।

ଅବିବାହିତ କୁମାର କୁମାରୀ ଭାବାବେଶେ

ରହିଥାନ୍ତି ହୃଦୟକୁ କରି ପ୍ରେମମୟ,

ହଳଦିଆ ଜହ୍ନି ଫୁଲରେ ପ୍ରେମୀ ଜହ୍ନକୁ ନିରେଖି 

ପ୍ରିୟାର ମିଳନେ ହୋଇଥାଏ ତନ୍ମୟ।

ହଳଦୀ ମେହେନ୍ଦୀ ରଙ୍ଗ ମୁହେଁ ହାତେ ବୋଳି 

ପ୍ରିୟା ଥାଏ ପ୍ରିୟ ପାଇଁ ଅଭିସାରିକା ସାଜି,

ବୟସର କୃଷ୍ଣଚୂଡ଼ା ପେନ୍ଥା ପେନ୍ଥା ସ୍ବପ୍ନ ଫୁଲ

ଦିଏ ଅଜାଡି ପ୍ରେମରେ ଯିବାକୁ ହଜି।

ଫଗୁଣ ନେଇ ଆସେ ବଉଳର ମଧୁ ବାସ୍ନା

ଗାଇ ଉଠନ୍ତି କୋଇଲି ହଳଦୀବସନ୍ତ,

ସୋରିଷ ଫୁଲର ଢେଉରେ ଚମକି ଝଲସେ

ସୁନାର ବରଣେ ଆବରଣେ ନବବଧୂ,

ଲଗାଇ ଅଙ୍ଗରେ ତେଲ ହଳଦୀ ଅବଗାହ ସ୍ଥାନେ

ଦେଖୁଥାଏ ପ୍ରତବିମ୍ବେ ତାର ପ୍ରୀତି ମଧୁ।

ମାଙ୍ଗଳିକ କର୍ମେ ବ୍ୟଞ୍ଜନ ରନ୍ଧନେ ହଳଦୀ

ଶୁଭାଶୁଭର ଦିଏ ଶୁଭବାରତା କହି,

କନକ ବରଣେ ଆକାଶେ ରବି ଉଦୟ ଅସ୍ତେ

ଢାଳିଦେଇ ଆଭା ନିଏ ମନ ମୋହି।

ହଳଦୀ ରଙ୍ଗ ପରିପକ୍ୱତାର ଦିଏ ସଙ୍କେତ

ବୃକ୍ଷଡାଳେ ଫଳି ଥିଲେ ରସାଳ ଫଳ,

ପାଚିଲା ଧାନ କ୍ଷେତ ଦିଶେ ହଳଦିଆ ସ୍ଵର୍ଣ୍ଣମୟ

କୃଷକର ମେହନତିକୁ କରାଇ ସଫଳ।

ସୌନ୍ଦର୍ଯ୍ୟର ଭଣ୍ଡାର ଅନନ୍ୟ ମନୋରମ ପ୍ରକୃତି

ନାନା ରଙ୍ଗେ ରଙ୍ଗୀନ କରିଛି ଦୁନିଆଁ,

ଯେତେ ଦେଖୁଥିଲେ ସେ ନୂଆ ନୂଆ ଲାଗୁଥାଏ

ସତେ କି ମହକ ତାର କରି ଦିଏ କିମିଆଁ ?

    

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance