ପ୍ରଳୟ
ପ୍ରଳୟ


ଓଁ ରେ ବ୍ରହ୍ମ ରନ୍ଦ୍ର ଦେଖ l ପ୍ରଳୟୁ ଆତ୍ମା ରଖି ଶିଖ l
ଏକଇ ବ୍ରହ୍ମ ଦ୍ୱୟେ ନାସ୍ତି l ସେଇଠି ଅଛି ସ୍ବର୍ଗ ଶାନ୍ତି l
ପରମ ବ୍ରହ୍ମଠୁ ଦୂରେଇ l ରହିବେ ଅନେକରେ ଭାଇ l
ପ୍ରଣୀ ଛାଡ଼ିବେ ସୂକ୍ଷ୍ମ ଚିନ୍ତା l କରିବେ ଅlନରେ ଅହନ୍ତା l
ନିରାକାରକୁ ନଚିହ୍ନିବେ l ନାରୀଙ୍କୁ ପୁଣ୍ୟ ନମଣିବେ l
ଭୋଗ ବାସନା ମୋହେ ଜଡ଼ି l ରହିବେ କlମନlରେ ଭିଡ଼ି l
ପ୍ରଳୟ ଆସିବ ଚିନ୍ତନେ l ବଡ଼ ଭାବିବେ ଅନ୍ୟ ଅନ୍ୟେ l
ପାପ ପଙ୍କକୁ ଯେ ଚନ୍ଦନ l ଆଦରି ନେବ ଜନ ମନ l
ସମ୍ଭୋଗ ପାଇଁ ଚିତ୍ତ ନେଇ l ଯେ ପ୍ରଣୀ କର୍ତ୍ତବ୍ୟ ଭୁଲଇ l
ମାନ୍ୟ ଅମାନ୍ୟ ନଜାଣିବେ l ସର୍ବଦା ହିଂସା ଆଚର
ିବେ l
ମନ ଆକାଶେ କଳା ମେଘ l ପର ପୀରତି କଲେ ଭୋଗ l
ପ୍ରଣୀ ମlରଣେ ନାହିଁ କୁଣ୍ଠା l ଉଚ୍ଚାରଣ ରେ ଶବ୍ଦ ବିଷ୍ଟା l
ପରିବାରରେ ଭିନ୍ନ ଦୃଷ୍ଟି l ପ୍ରଳୟ ହେବ ତହୁଁ ସୃଷ୍ଟି l
ଆତ୍ମଜେ ରତି ସୁଖ ଚିନ୍ତି l ମହା ପ୍ରଳୟ ଆଣୁଥାନ୍ତି l
ବର୍ଷିବ ଲୋଭ ମୋହ ଜଳ l ନ୍ୟାୟର ନାହିଁ ଥଳ କୂଳ l
ଅବିଶ୍ୱାସର ଅଣଚାଶ l ସ୍ଵାର୍ଥ ବହିବଟି ଅବଶ୍ୟ l
ମରିବେ ସର୍ବେ ଗର୍ବ ପିଇ l ଯୁଦ୍ଧ ପ୍ରତିଷ୍ଠା ଧରି ଭାଇ l
ପ୍ରକୃତି ପ୍ରଳୟ ଏହାହିଁ l ପ୍ରଳୟ ନେଇ ନାହା ସେଇ l
ଅନ୍ୟଥା ପ୍ରଳୟଟି ନାହିଁ l ଏହି ରୂପରେ ଆସେ ଧାଇଁ l
ଆସିବ ନୂତନ ସମୟ l ପ୍ରକୃତି ହେବ ପୁଣ୍ୟ ମୟ l