STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ମିଛ କଥା

ମିଛ କଥା

1 min
189

ଅପୂରଣୀୟ ଆଶା, ଭାଙ୍ଗି ଯାଇଥିବା ଭରସା

ମନର ଦୁଃଖ, ଦୁଃଖର ଶୋକ, ବିବର୍ଣ୍ଣ ଭେକ

ଆଖିର ଲୁହ, ଛାତିର କୋହ, ଅଜଣା ଭୟ

କାନ୍ଦୁଥିବା ମଣିଷର ଗାଥା, ଆତ୍ମାର ବ୍ୟଥା

ସବୁ ମିଛ କଥା, ସବୁ ମିଛ କଥା ।


ଈଶ୍ବରଙ୍କ ପ୍ରତି ଅଭିଯୋଗ, ସୁଖର ବିଯୋଗ

ପରିସ୍ଥିତିକୁ ଦୋଷ, ଓଠର ମିଛିମିଛିକା ହସ

କର୍ମର ଫଳ, ସମୟ ଆସିଲେ ହେବ କାଳ

ଭାଗ୍ୟର ବିଡମ୍ବନା, ଜୀବନ୍ତ ମରଣ ପ୍ରସ୍ତାବନା

ସବୁ ମିଛ କଥା, ସବୁ ମିଛ କଥା ।


ବଡ଼ବଡ଼ ସ୍ୱପ୍ନ, ବିବେକ ଓ କେତେ ସ୍ୱାଭିମାନ

ଲୋଭ ମୋହରେ ସଂସାର, ମନଟା ବିକାର

ଚରିତ୍ର ଭିନ୍ନ ଭିନ୍ନ ରୂପ, ଭକ୍ତି ପାଇଁ ଲୋଡ଼ା ଧୂପ

ତ୍ୟାଗ, ସଂଘର୍ଷ, ବିବେକୀ, ସମସ୍ତେ ମୃତ୍ୟୁମୂଖୀ

ସବୁ ମିଛ କଥା, ସବୁ ମିଛ କଥା ।


ଧୈର୍ଯ୍ୟର ଫଳ ମିଠା, ନା ପିଠା ନା ଗଇଁଠା

ସତ୍ଯର ସଦା ବିଜୟ, ମିଥ୍ଯାର ନିଶ୍ଚେ ପରାଜୟ

ସମୟ ହିଁ ସମାଧାନ, ସମ୍ମାନ ନାହିଁ ଅପମାନ

ଆଦର୍ଶ ଜଳିପୋଡ଼ି ପାଉଁଶ, ଅନୀତି କରେ ଅଟ୍ଟହାସ୍ଯ

ସବୁ ମିଛ କଥା, ସବୁ ମିଛ କଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract