Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ବ୍ୟାପକ ଅନନ୍ତ

ବ୍ୟାପକ ଅନନ୍ତ

1 min
198



ବ୍ୟାପକ ଅନନ୍ତ ସୃଷ୍ଟି ରଚୟିତା

     ପରମେଶ୍ବର ତ ଜଣେ

କିଏ କେଉଁ ନାମେ ଡାକନ୍ତି ତାହାଙ୍କୁ

     ଅତି ଆପଣାର ମଣେ ।

ପ୍ରଭୁଙ୍କ ସତ୍ତାରେ ଭିନ୍ନତା ଆସେନି 

      ଭିନ୍ନତା ଆସେ ଭାବରେ

ସେହି ନିରାକାର ସେହି ଯେ ସାକାର

       ରହିଥାନ୍ତି ହୃଦୟରେ।

ପରମେଶ୍ବରଙ୍କ ପ୍ରତିମା ନଥାଏ

      ତାଙ୍କ ସତ୍ତା ଅଲୌକିକ

ବିଭିନ୍ନ ରୂପରେ ବିଦ୍ୱାନ ଚିତ୍ରନ୍ତି

      ପ୍ରଭୁ କିନ୍ତୁ ଏକ ରୂପ।

ତାଙ୍କ ପ୍ରସନ୍ନତା ସର୍ବ ବ୍ୟାପି ଅଟେ

     ନିୟମରେ ଥିଲେ ହେଲା

ପୀଡା ପତନକୁ ନିବାରଣ କରି

      ଦୁଃଖୀ ସମ୍ଭାଳିବା ବାଲା।

ପତିତ ମାନଙ୍କୁ ତାରଣ କରନ୍ତି

     ପତିତର ବାନା ଉଡ଼େ

ଶାଶ୍ଵତ ସତ୍ତାଙ୍କୁ ସମ୍ବନ୍ଧ ଯୋଡିଲେ

      କଷଣ ଅଚିରେ ଫେଡ଼େ।

ଏହି ଧର୍ମ ପରା ମାନବ ଧରମ

      ଭାରତୀୟ ଚେତନାରେ

ଆମ ଜଗନ୍ନାଥ ବିଶ୍ଵର ଦେବତା

      ସର୍ବ ଧର୍ମ ବିଶ୍ଵାସରେ।



Rate this content
Log in

Similar oriya poem from Action