STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ଭାରତବର୍ଷର ରଙ୍ଗ

ଭାରତବର୍ଷର ରଙ୍ଗ

1 min
190


ପ୍ରଥମେ ରାଷ୍ଟ୍ର, ପ୍ରଥମେ ଦେଶ

ପ୍ରଥମେ ମା' ଭାରତୀ ଓ ମାଟିର ସମ୍ମାନ

ତା' ପରେ ଆସୁ ରଙ୍ଗ, ରୂପ ଓ ପୋଷାକ

କାହିଁକି ମିଛ ଗଣତନ୍ତ୍ରର ମାୟା ଏଠି

କିଏ ସେ ନିରପେକ୍ଷତାର ବେପାରୀ

ତୁମେ ସ୍ପଷ୍ଟ କୁହ ତୁମେ ଇନ୍ଦ୍ରଧନୁକୁ ଭଲପାଅ ବୋଲି

ବିଶ୍ବାସଘାତ କରନି ସମ୍ବିଧାନକୁ ବାହାନା କରି, 


ଈଶ୍ବରଙ୍କୁ ପ୍ରଶ୍ନ କରୁନ ଥରେ

କାହିଁକି ତୁମେ ସୂର୍ଯ୍ୟ ରୂପରେ ପ୍ରାତଃକାଳେ 

ଗିରି କୋଣରେ ଆସ ଊଇଁ ଏକ ରଙ୍ଗେ

ଜଙ୍ଗଲକୁ ପଚାର ଥରେ

କାହିଁକି ସେ ତା' ରଙ୍ଗ ସୂର୍ଯ୍ୟଙ୍କ ଠୁ ଭିନ୍ନ, 

ଅଛି ସାହସ ଲଢିବାକୁ ପ୍ରକୃତି ସହ

ବିକ୍ରୀ କରନି ଆଉ ବିବେକ

କାହିଁକି ଆକାଶ କେବେ କଳା କେବେ ନୀଳ

ଫୁଲ ପ୍ରଜାପତି ପରସ୍ପର କରନ୍ତି ନି ସଂଘର୍ଷ

ତେବେ ଆମେ ବୁଦ୍ଧିମାନ ମଣିଷ

କାହିଁକି ଏତେ ହୀନମନ୍ୟ, 


ନିୟମର ଲଙ୍ଘନ କମ୍ପିତ ଧରା

ରାଜନୀତିର ରଙ୍ଗ ସବୁ ରଙ୍ଗକୁ କଳା କରୁଛି

କିନ୍ତୁ ନିଜକୁ ଦେଖୁଛି ନିର୍ଦ୍ଦିଷ୍ଟ ରଙ୍ଗ ଚଷମାରେ

ସମୟ ବଦଳିଛି ଯୁଗ ବଦଳୁଛି

ବୁଦ୍ଧିର ଗତି ଛଅ ବର୍ଷ ଡେଇଁ କହୁଛି

ସ୍ୱାଧୀନତା ଏବେ ଚରମ ସୀମାରେ

ତାଳି ହେଉ କି ଗାଳି ଦୁଇ ମନର ସଂଘର୍ଷ, 

ଗୋଟିଏ ପଟେ ଆରମ୍ଭ ହେଲେ

ଅନ୍ୟପଟେ ଶବ୍ଦ ତ ନିଶ୍ଚିତ, 


କିଏ ଭୁଲ୍ ଠିକ୍ କିଏ ବିଚାର ହେବ

ନିଶ୍ଚିତ ନ୍ୟାୟାଳୟରେ 

ଅଥଚ ସମାଜ ବିଷାକ୍ତ ହେଲାପରେ

ପିୟୁଷର ସିଞ୍ଚନ ମୂଲ୍ଯହୀନ

ଆସ ସଭିଏଁ ନିୟମରେ ବଞ୍ଚିବାର କରିବା ଅଭ୍ଯାସ

କିଏ କଲରା କିଏ କଖାରୁ 

କିଏ ଅବା କମଳାର ଭୁମିକାରେ

ରୋଷେଇଆ ତ ଆମ ମା' 

ତା ହାତରେ ସବୁ ପରିବା ମିଶ୍ରିତ ହୁଏ

ପେଟଭରେ ମନଭରେ ବ୍ୟଞ୍ଜନରେ 

ଆସ ଚକାସନେ ବସି ଖାଇବା। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract