STORYMIRROR

SUKANTA KHANDA

Action

3  

SUKANTA KHANDA

Action

ବିଚ୍ଛେଦ

ବିଚ୍ଛେଦ

1 min
122


ବିଚ୍ଛେଦ ଆମର ହୋଇଗଲା ଆଜି

ଦେଇ ନ ପାରିକି ସୁଖ

ପ୍ରତିଦିନ ଆମ ପରସ୍ପର ମଧ୍ଯେ

ଲାଗି ରହୁଥିଲା ଦୁଃଖ।


ସିଏ ଚାହୁଁଥିଲା ଦୈନ୍ଯନ୍ଦିନ ତାର

କାମ ଅର୍ଥ ଦରକାର

ମୁହିଁ ଚାହୁଁଥିଲି ଯଥା ଆବଶ୍ଯକ 

ଯୋଗାଇବି ନିରନ୍ତର।


ତାଳମେଳ ଆମ କଥା ଓ କାମରେ

ନ ରହି ପାରିବା ଯୋଗୁଁ

ବିଚ୍ଛେଦ ହୋଇଲୁ କୋର୍ଟରେ ଯାଇ

ଏବେ ବେଶୀ ଦୁଃଖ ଭୋଗୁଁ।


ସିଏ ଆଉ ମୁହିଁ ମିଶିବାକୁ ଚାହୁଁ

ହେଲେ କହିପାରୁ ନାହିଁ

ନିଜ ନିଜ ମଧ୍ଯେ ଅନୁତାପେ ସଢି଼

କାନ୍ଦୁ ଆକାଶକୁ ଚାହି।


ବିଚ୍ଛେଦ ସତରେ ଭାରି ଭୟଙ୍କର

ପତି ପତ୍ନୀଙ୍କର ହେଲେ

ଆମ ପରି ଆଉ କେହି ନ ହୁଅନ୍ତୁ

ସନ୍ତୋଷ ଥାଉ କପାଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action