Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Action Others

3  

ବି. ନିରୁପମା

Romance Action Others

ମଥାରୁ ଓଢଣୀ ଖସିଗଲା

ମଥାରୁ ଓଢଣୀ ଖସିଗଲା

1 min
210



ଚକାଆଖିଆକୁ ଦେଖୁ ଦେଖୁ ମୋର

ମଥାରୁ ଓଢ଼ଣୀ ଖସିଗଲା,

କାଳିଆ ମୁହଁରେ ଜଳ ଜଳ ହୋଇ

କହ୍ନେଇର ମୁହଁ ଦିଶିଗଲା

ଆଖିଠାରି ଯେବେ ହସିଦେଲା

କେମିତି କହିବି-ସଜନୀ ଗୋ ମୋର

ଛାତିରେ ଛନକା ପଶିଗଲା ।


କେଡ଼େ ରସିକିଆ ଠାକୁରଟି ସିଏ

ହୋଇଥିଲା କେତେ ସଜବାଜ

କେଡ଼େ ବଡ଼ ଯାତ ଭିଆଇ ଗଲା ଗୋ

ଭକତ ଗହଣେ ପରା ଆଜ

କି କହିବି ତା'ର ବାବଦରେ

ସାରା ବଡ଼ଦାଣ୍ଡ ଉଛୁଳି ଉଠିଲା

'ଜୟ ଜଗନ୍ନାଥ' ଶବଦରେ ।


ଲକ୍ଷ୍ମୀ ଠାକୁରାଣୀ ଏକା ରହିଗଲେ

ସାଥିରେ ଜମାରୁ ନେଲାନାହିଁ

ମନ୍ଦିର ଦାୟିତ୍ୱ ବୁଝିବ କହିକି

ଭାଇ ଭଗ୍ନୀ ସଙ୍ଗେ ଗଲା ଧାଇଁ

ତା' ମହିମା ଶୁଣି ଗଲି ସଖି

ମନଟାକୁ ମୋର ଚୋରେଇ ନେଲା ସେ

ମିଶିଗଲା ଯେହ୍ନେ ମୋର ଆଖି ।


Rate this content
Log in

Similar oriya poem from Romance