STORYMIRROR

Kabiratna Nutan Kumar Behera

Romance Action Inspirational

3  

Kabiratna Nutan Kumar Behera

Romance Action Inspirational

ନାଆଁଟା ତାର ଖୁସି

ନାଆଁଟା ତାର ଖୁସି

1 min
131

ନାଆଁଟା ତାର ଖୁସି

ଆସେ ଯାଏ ରହେନା ବସି

ଦୌଡ଼ି ଦୌଡ଼ି ଆସି

ପଳେଇ ଯାଏ ମୁରୁକି ହସି,

ନାଆଁଟା ତାର ଖୁସି

ସପନର ମାନସୀ

ସେ ସୁନ୍ଦରୀ ରୂପସୀ

ସରଗର ଶଶି

ଊଣା ହେଲେ ତା ଯାଏ ରୁଷି।

ନାଆଁଟା ତାର ଖୁସି

ମନ ବଗିଚାରେ ପଶି

ଆଶାର କଳିକାକୁ ଦିଏ ଆଉଁସି

ଉଠିଲେ ସେ ବିକଶି

ମହକ ବାଣ୍ଟେ ଦିବାନିଶି,

ନାଆଁଟା ତାର ଖୁସି

ସେ ବାରମାସୀ

ଚିର ଯୁବା ବୟସୀ

ଦେଖେ ଯିଏ ଯାଏ ଫସି

ଭଲ ପାଇବା ତା' ପଡ଼େ ବରଷି।

ନାଆଁଟା ତାର ଖୁସି

ଆଖି ଢଳ ଢଳ ସୁକେଶୀ

ଅଧର ନାଲି ରୂପ ତାରକସି

ଚାଲିରେ ସେ ରାଜହଂସୀ,

ନାଆଁଟା ତାର ଖୁସି

ଅଲିଅଳି ଚୁଲୁବୁଲି ପ୍ରେୟସୀ

ଫଗୁଣର ଫଗୁ ଦିଏ ଲେସି

ହୃଦୟ ସାଗରର ସୁନା ଇଲିସି

ପହଁରୁ ଥାଏ ଉଠେ ଝଲସି,

ନାଆଁଟା ତାର ଖୁସି

ପାଶେ ଥିଲେ ନିଏ ମନତୋଷି

ଦୂରେ ଥିଲେ କରେ ଉଦାସୀ

ଜୀବନର ଅନ୍ଧାରରେ ପୂର୍ଣ୍ଣମାସୀ

ଆଲୋକ ଦିଏ ପ୍ରକାଶି

ନାଆଁଟା ତାର ଖୁସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance