ସାବରମତୀର ସନ୍ଥ
ସାବରମତୀର ସନ୍ଥ
ସାବରମତୀର ସନ୍ଥ ତୁମେ ପାନ୍ଥ
ତୁମ କର୍ମ ଆମ ପାଇଁ ପ୍ରାପ୍ତି
ତୁମ ଧର୍ମ ଆମ ପାଇଁ ତୃପ୍ତି
ପଥ ଅହିଂସା ପାଥେୟ ଆଜିବି ଅସାମାପ୍ତି
ଫେରିଆସି ଥରେ ଦେଖ ବାପୁ ll
କାନ୍ଦେ ମାଆ ବସୁମତୀ ସ୍ମରି ଗାନ୍ଧିଜୀ ନୀତି
ଆଶ୍ଵସ୍ତି ସ୍ଥିତି ଗତି ମୁକ୍ତି
ଆଜି ଖୋଜେ ମାଆ ବସୁଧା ଗାନ୍ଧି ପୁଅ
ଫେରିଆ ମୋ କତି
ତୋ ଖଦଡ଼ ପିନ୍ଧା ଅବୟବ ଭିତରେ
ଲୁଚିଛି କେତେ ସ୍ମୃତି ll
ଭରତ ଦେଶର ସ୍ବାଧୀନତା ପ୍ରତି
କେତେ ସହି ସହି ଦେଖାଇଲ ବାପୁ ଛାତି
ତୁମ ଜୟନ୍ତୀରେ ଆଭୂମ ପ୍ରଣାମ
ପ୍ରଣାମୀରେ ମିଳୁନାହିଁ ମନେ ତୃପ୍ତି
ଫେରିଆସି ଦେଖ ମହାତ୍ମା ll
ତୁମ ନାମେ ବିଶ୍ୱବାସୀ ଏକତା ମନ୍ତ୍ରେ ଦୀକ୍ଷିତ
କିଏ କହେ ପଞ୍ଚସୁତ୍ରୀ
ଧରଣୀ ବକ୍ଷରେ ଏତେ ସୁତ ସୁତା
ଖୋଜେ ମାଆ ଫେରିଆ ମୋ ଧନ
ମୋହନ ଦାସ କରମଚାନ୍ଦ ଗାନ୍ଧି
ଆଉ ଥରେ ନେଇ ଭାଇଚାରା ସୂତ୍ର
ସୂତାରେ ଗୁନ୍ଥି
ସଦଭାବନା ଶାନ୍ତି ପ୍ରୀତି ମୈତ୍ରୀ ll