STORYMIRROR

Pradeep Kumar Panda

Abstract Tragedy Action

3  

Pradeep Kumar Panda

Abstract Tragedy Action

ବିଶ୍ବ ପ୍ରକୃତି ଦିବସ

ବିଶ୍ବ ପ୍ରକୃତି ଦିବସ

1 min
169


ଆହାଃ କି ସୁନ୍ଦର       ପ୍ରକୃତି ସୃଜନ 

       ମୃତ୍ତିକା ପାଣି ପବନ,

ନଦୀ ଓ ସାଗର       ଝରଣା ପର୍ବତ

        ଜୀବଜନ୍ତୁ ଭିନ୍ନ ଭିନ୍ନ ।


ଜୀବଜଗତରେ      ପ୍ରାଣୀ ଓ ଉଦ୍ଭିଦ 

       ସନ୍ତୁଳନ ପରିବେଶ, 

ସୁନ୍ଦର ତୃପ୍ତିର        ନାହିଁ ଅବସାଦ

       ବର୍ଣ୍ଣନେ କବି ମାନସ ।


ପାହାଡ଼ ପର୍ବତ        ଗିରି ହିମାଳୟ

       ଅବା ଏଭେରେଷ୍ଟ୍ ଶୃଙ୍ଗ, 

କୁଳୁକୁଳୁ ନାଦ       ଝରଣା ସଙ୍ଗୀତ

       ସାଗର ପିଟେ ମୃଦଙ୍ଗ ।


ପାହାଡ଼ ପର୍ବତୁ      ଉତ୍ପତ୍ତିରେ ନଦୀ

       ମୃତ୍ତିକା ଚିରି ଗ

ମନ, 

ସବୁଜ ବନାନୀ      ପୃଥିବୀରେ ସୃଜି

       ସିନ୍ଧୁକୁ କରେ ଲମ୍ଫନ ।


ଶୋଭାର ଭଣ୍ଡାର     ଫଳ ଫୁଲ ପତ୍ର

       ବନ ଉଦ୍ଯାନେ ପାଦପ, 

ପଶୁ-ପକ୍ଷୀଙ୍କର       ଗର୍ଜନ ଗୁଞ୍ଜନ

       ଶ୍ରବଣେ କବିତା ଗଳ୍ପ ।


ସୁନ୍ଦର ସୁଦୃଶ୍ୟ      ସୃଜନେ ବିଭୋର

       ବିଶ୍ବ ପ୍ରକୃତି ସଂସ୍ଥାନ, 

ରକ୍ଷଣାବେକ୍ଷଣ      ଦିଗେ ସଚେତନ 

       ବିଶ୍ବ ସମାଜେ ଆହ୍ବାନ ।


ତିନି ଅକ୍ଟୋବର      ଦି' ହଜାର ଦଶ

        ମସିହା ଠାରୁ ଗଣନ, 

ବିଶ୍ବ ପ୍ରକୃତିର       ଦିବସ ପାଳନେ

       ସୁରକ୍ଷାରେ ମନ ଧ୍ୟାନ ।


Rate this content
Log in

Similar oriya poem from Abstract