ଏ କଳିଯୁଗ ମଣିଷ
ଏ କଳିଯୁଗ ମଣିଷ
ଜୀବନ ଯୌବନ ନୁହେଁ ଚିରସ୍ଥାୟୀ
ତଥାପି କରୁଛି ଗର୍ବ
ବୁଝିପାରୁ ନାହିଁ ଏ ମୂଢ ମଣିଷ
ହେବ ବୋଲି ଦିନେ ଖର୍ବ ।୧।
ଗର୍ବ ଅହଂକାରେ ଚାଲୁଅଛି ବାଟ
ଛାତିକୁ ଫୁଲାଇ ଦାଣ୍ଡେ
ଦୁନିଆ ଦାଣ୍ଡରେ ନାଗରା ଦେଉଛି
ମୋ ନାମ ଧରିବ ତୁଣ୍ଡେ ।୨।
କରିଥିଲା ଦିନେ ଲଙ୍କାର ରାବଣ
ମନେ ମନେ କେତେ ଗର୍ବ
ଏମିତି ସମୟ ଆସିଲା ତା' ଭାଗ୍ଯେ
ଧ୍ବଂସ ହେଲା ତା'ର ସର୍ବ ।୩।
ପିତୃସତ୍ଯ ପାଳି ପ୍ରଭୁ ରାମଚନ୍ଦ୍ର
ବାରବର୍ଷ ଗଲେ ବନ
ଅନୁଜ ଲକ୍ଷ୍ମଣ ଦ୍ବାର ଜଗିଜଗି
ଉପାସେ କାଟିଲେ ଦିନ ।୪।
ସ୍ନେହ ମମତାର ଭାବ ବନ୍ଧନରେ
ହୋଇଥିଲେ ଦିନେ ବାନ୍ଧି
କାଳର କରାଳ ଗତିରେ ସେଦିନ
ପଡି ଯାଇଥିଲେ ଛନ୍ଦି ।୫।
ନଥିଲା ମନରେ ଗର୍ବ ଯେ ତାଙ୍କର
ଭରିଥିଲା ଖାଲି ସ୍ନେହ
କେତେ ଦୋଷାଦୋଷ କରି ପୁଣି କ୍ଷମା
ପୁଚ୍ଛିଲେ ଅନେକ ଲୁହ ।୬।
ଆପଣାର ଭାବି ଦେଲେ ଯେତେ ସ୍ନେହ
ପାଇଲେ ଅନେକ ଦୁଃଖ
ଜୀବନ ତାଙ୍କର କଟିଲା ଦୁଃଖରେ
ପାଇଲେନି ଟିକେ ସୁଖ ।୭।
ରାମ ରାବଣର ଯୁଗ ନାହିଁ ଆଉ
ହୋଇଅଛି ଆଜି ଶେଷ
ବିଶ୍ୱାସରେ ବିଷ ଦେବାକୁ ପ୍ରସ୍ତୁତ
ଏ କଳିଯୁଗ ମଣିଷ ।୮।
ଅତି ଆପଣାର କରନି କାହାକୁ
ପାଇବ ଅନେକ କଷ୍ଟ
ସ୍ବାର୍ଥ ସରିଗଲେ ହେଵେ ସେ ବଇରୀ
କରିବାକୁ ପୁଣି ନଷ୍ଟ ।
ଶତାଧିକ୍ କରେ ଏଭଳି ବ୍ଯକ୍ତିଙ୍କୁ
ହୋଇଯାଅ ସାବଧାନ
ସ୍ନେହ ମମତାକୁ ଠେଲିଦେଇ କେବେ
ହୋଇବ ନାହିଁ ମହାନ ।୧୦।