ସ୍ନେହ ପ୍ରେମ
ସ୍ନେହ ପ୍ରେମ
ମାଆର ସ୍ନେହରେ ନାହିଁ ଭରସା,
ଭିଜୁଛି ପଣତ ଉଡୁଛି ହଂସା
ଘାରିଛି ପିତାକୁ ଭାବ ହତାଶା
ଦାମ୍ଭିକତା ହୁଏ ତା ଲୋକହସା।
ପତ୍ନୀ ର ବିଶ୍ଵାସ ବିଚ୍ ବଜାରେ
ଅଫିସ କଚେରୀ ସାଙ୍ଗ ସାଥୀରେ
ସ୍ବାର୍ଥ ଅଛି ସେଠି ନାହିଁ ମର୍ଯ୍ୟାଦା
ବିଷାଶକ୍ତ ପ୍ରେମ ଖୋଜେ ଫାଇଦା।
ପତି ସାଜେ ପଶୁ ଏ ସମାଜ ରେ
ପ୍ରଣୟ ସରୁଛି କାମୁକତାରେ
ପତ୍ନୀ ର ମର୍ଯ୍ୟାଦା ଶୟନକକ୍ଷେ
ତିଳେ ବି ସମ୍ମାନ ନଥାଏ ପାଖେ।
ଛଳନା ରେ ବିତି ଯାଉଛି ଦିନ
ଲୁଚକାଳି ଖେଳେ ବିତେ ଜୀବନ
ପ୍ରଣୟ ପ୍ରୀତି ଗରଳ ସମାନ
କେହି ଦିଏ ନାହିଁ କାହାକୁ ମାନ।
ଗୋଲାପ, ଟେଡି ବା ଚୁମ୍ବନ ଦିନ
ନିଃସ୍ୱାର୍ଥ ସ୍ନେହ ଟି ଲୋଡ଼େ ଜୀବନ
ବୁନ୍ଦାଏ ପାଣିରେ ମେଣ୍ଟଇ ଶୋଷ
ଶାଶ୍ବତ ପ୍ରେମେ ନାହିଁ ଅବଶୋଷ।
ବିଶ୍ୱାସରେ ବନ୍ଧା ପ୍ରେମର ଡୋରି
ସମ୍ପର୍କ ମରୁରେ ସେ ଆଶା ବାରି
ସରଳ ହୃଦୟ ଚୂର୍ ମାର କରି
ଆସୁଛି ମନରେ ଧୋକା ଲହରୀ।
ଦେବତ୍ଵ ସମ ତ୍ୟାଗ ସମର୍ପଣ
ଛଳନାବି ହରାଏ ଆତ୍ମ ସମ୍ମାନ
ହିସାବ କିତାବ କରିଲେ ପ୍ରାଣୀ
ହରାଇ ବସିବ ପ୍ରେମ ଛାଉଣୀ।
