Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Abstract

4.5  

Lipi Sahoo

Abstract

ମୁଦିତା

ମୁଦିତା

1 min
289


ମୃତ୍ୟୁ ପରେ ପରେ

ରୂପ ଅପରୂପ ମିଳନ ସ୍ଥଳରେ

ଅମୃତ ପାରାବାର ବିଜନ ତୀରେ

ଏକାକାର ମୁଁ ଆଉ ସେ ।


ନାହିଁ ସେଠି ସୂର୍ଯ୍ୟାଲୋକ

ନାହିଁ ରୂପେଲି ଚନ୍ଦ୍ରର ଉପସ୍ଥିତି

ଅପରାହ୍ନ ସଦା ବିରାଜିତ ଏଠି

ସ୍ବୀୟ ଦିପ୍ତୀରେ ଉଦ୍ଭାସିତ ସଭି ।


ପ୍ରଣୟ ମହ୍ଲାର ମୂର୍ଚ୍ଛନା ତୋଳେ

ବିପ୍ରଲମ୍ଭା ଆଜି ଅଭିସାର ସାଜେ

ସୂକ୍ଷ୍ମ ରୁ ସୂକ୍ଷ୍ମତର ଚିନ୍ମୟୀ ଶରୀରେ

ମୁଦିତା ପ୍ରସ୍ଫୁଟିତ ପୂର୍ଣ୍ଣ ଲାବଣ୍ୟେ ।


ଆକର୍ଷିତ କରେ ରସର କଲ୍ଲୋଳ

କେହି ଜଣେ କାନେ ଯାଏ କହି

ହଜାଇ ଅସ୍ତିତ୍ବ ପୂର୍ଣ୍ଣତା ନିଅ

ଲଘିଂଛ ଯେବେ ଭବପାରାବାର ।


ମୂମୂକ୍ଷୁ ନୁହେଁ ମୁଁ

ନାହିଁ ନିର୍ବାଣ ପଥଯାତ୍ରୀ

ତଥାପି ମୁଁ ମୃତ୍ୟୁବିଜୟୀ

ପ୍ରେମ ଫଲଗୁରେ ଅବଗାହି ।।



Rate this content
Log in