ନିରବତା
ନିରବତା
କେବେ ନିରବତା
ତୁମ ଆଖିର କଜଳର ଗାର
ଆଉ ପୁଣି କେବେ ନିରବତା
ଅଙ୍କାବଙ୍କା ସେଇ ନଦୀର ଧାର ।
କେବେ ନିରବତା
ମୋ ପ୍ରିୟାର ଅଭିମାନୀ ମନ
କେବେ ନିରବତା ସଂଜୀବନୀ ସାଜି
ଦେଇଯାଏ ପୁଣି କାହାକୁ ଜୀବନ ।
କେବେ ନିରବତା
ମନର ନିରବତାକୁ ଭାଙ୍ଗେ
ଆଉ ପୁଣି କେବେ
ବିନା ଫଗୁଣରେ ରଙ୍ଗରେ ରଙ୍ଗେ ।
କେବେ ନିରବତା ସ୍ବପ୍ନଟିଏ ସାଜି
ରାତିର ସାଥି ହେଇଯାଏ
କେବେ ନିରବତା ଝଡଟିଏ ସାଜି
ପଲକରୁ ନିଦ ଚୋରି କରିନିଏ ।
କେବେ ନିରବତା ଦୂର ଆକାଶ ଦେହରେ
ଖଣ୍ଡ ଖଣ୍ଡ ଭସା ବାଦଲ
ଆଉ ପୁଣି କେବେ ନିରବତା
ପୃଥିବୀ ଛାତିରେ ବୁନ୍ଦା ବୁନ୍ଦା ଜଳ ।
କେବେ ନିରବତା ଚୁପି ଚୁପି
ପ୍ରଶ୍ନର ପାହାଡ ସୃଷ୍ଟି କରେ
କେବେ ନିରବତା କିଛି ନ କହି
ଉତ୍ତର ବି ଦେଇଯାଏ ।
କେବେ ନିରବତା ଅଜଣା ସାଜି
ଦିଗହରା କରିଦିଏ
ଆଉ ପୁଣି କେବେ ନିରବତା
ହାତଧରି ନେଇ ବାଟୋଇର ସାଥି ହୁଏ ।
କେବେ ନିରବତା
ନାରୀ ମନର ଆଦେଖା କ୍ଷତ
କେବେ ନିରବତା ଆଉ କାହା ପାଇଁ
ଦୁଃଖ ଭରା ସେଇ କଣ୍ଟକିତ ପଥ ।
କେବେ ନିରବତା ମନର କାନ୍ଥରେ
ଅତୀତର କିଛି ଅଭୁଲା ଚିତ୍ର
ଆଉ ପୁଣି କେବେ ନିରବତା
ଅତୀତକୁ ଭୁଲି ଏକ ସୁନ୍ଦର ଭବିଷ୍ୟତ ।
କେବେ ନିରବତା ପ୍ରିତୀ ପରସର
ପୂର୍ଣ୍ଣମୀ ଚାନ୍ଦର ଚାନ୍ଦିନୀ
ଆଉ ପୁଣି କେବେ ନିରବତା
ଅମାବାସ୍ୟା କୁଳର ନନ୍ଦିନୀ ।
କେବେ ନିରବତା ମନ ଆଇନାରେ
ମିଳନର ଏକ ଛବି
କେବେ ନିରବତା ଲୁଚି ରହିଥିବା
ମନ କାଗଜରେ ନିରବ କବି ।
କେବେ ନିରବତା
ପ୍ରେମିକର ମିଛ ପ୍ରତିଶ୍ରୁତି
ଆଉ ପୁଣି କେବେ ନିରବତା
ପ୍ରେମିକାର ପ୍ରେମହୀନ କିଛି ପ୍ରୀତି ।
ନିରବତା କେବେ ଗାଁର ଶେଷରେ
ମଶାଣିର ସେ ଯେ ଠିକଣା
ନିରବତା କେବେ ପ୍ରେମ ରାଇଜର
ଖୁସିରେ ସଜା ସେଇ ଝୁଲଣା ।