କଳିର ଠାକୁର କଳା ସାଆନ୍ତ
କଳିର ଠାକୁର କଳା ସାଆନ୍ତ
ତୁମେ ପ୍ରଭୂ ଏକା ତୁମରି ଉପମା
ଆଉ କି ଉପମା ଲୋଡା
ତୁମରି କୃପାରୁ ତୁମ ବଡଦାଣ୍ଡେ
ଆଜି ମୁଁ ହୋଇଛି ଛିଡା I
ଯୁଗେ ଯୁଗେ ତୁମେ ସରଗୁ ଓହ୍ଲାଅ
ନାନା ଅବତାର ନେଇ
ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ନେଉଥାଅ
ତୁମ ସୃଷ୍ଟି ରକ୍ଷା ପାଇଁ I
କେବେ ତୁମେ ମୀନ କେବେବା କଛପ
ବରାହ ଓ ନରସିଂହ
ରୂପ ପରିଗ୍ରହ କର ମହାପ୍ରଭୂ
ମର୍ତ୍ତ୍ୟଲୋକେ ଧର ଦେହ I
ବାମନ ରୂପରେ ବଳି ବଦ୍ଧକଲ
ନାଶିଲ ତା ଅହଂକାର
ସତ୍ୟଯୁଗେ ତୁମେ ରାବଣ ମାରିଲ
ନେଇ ରାମ ଅବତାର I
ଦ୍ୱାପରରେ ତୁମେ ଲୀଳାମୟ କୃଷ୍ଣ
ଗୋପୀ ମନଚୋର କାହ୍ନା
କଂସର ନିଧନ କରିଥିଲ ପ୍ରଭୂ
ଉଡାଇ ବିଜୟ ବାନା ।
କଳିଯୁଗେ ତୁମେ କଳିର ଠାକୁର
ଶ୍ରୀକ୍ଷେତ୍ରରେ ଜଗନ୍ନାଥ I
ମହାଭାରତର ମହାନାୟକଙ୍କ
ପଦେ କୋଟି ଦଣ୍ଡବତ I