ଶିଶିର
ଶିଶିର
ଟପ୍ ଟପ୍ ଶିଶିର ର ଧାରା ଝରି ଆସେ
ଦେଖି ମନମୁଗ୍ଧକରି ଧରଣୀ ହସେ
ଚଷା ଭାଇ ମନ ହୁଅଇ ବିଭୋର
ଚାହିଁ ଥାଏ ରହି ସେ ତା ଶସ୍ୟ କ୍ଷେତର ।
ଶୋରିଷ ଫୁଲରେ ଶିଶିର ର ବୁନ୍ଦା
ଲାଗଇ ଯେସନେ ସେ ହୀରା ମୋତି ଗଦା
ସୁନାର ହାଟ ପରି ଲାଗଇ ସେ ତ
କବିର କବିତାରେ ହୁଏ ଅଳଙ୍କୃତ ।
କବିର କଲମ ଚଞ୍ଚଳ ହୁଅଇ
କବିତା ର ଧାରାଟି ଝରି ତ ଆସଇ
ପ୍ରତିଟି ପଦରେ ସୁଶୋଭିତ କରି
କବିତାଟି କୁ ସିଏ ଦିଏ ମୁଗ୍ଧକରି ।
ଜହ୍ନ ଜୋଛନା ରେ ଶିଶିର ର ବାଆ
ଲାଗଇ ସତେକି ସେ କେଡେ ମୋହନିଆ
ଶିତୁଆ ପାଗକୁ ନିର୍ମଳ ଆକାଶ
ଜହ୍ନ ଜୋଛନା ଟି ଲାଗଇ ଯେ ସରସ ।
ଶୀତ ସକାଳ ସୁଲୁସୁଲିଆ ବାଆ
ଗୋଧୂଳି ସମୟ ଆଇ କାହାଣୀ କୁହା
ଲାଗଇ ସତେକି କେଡେ ସେ ସୁନ୍ଦର
ମୋତି ସମ ପରି ଯେ ଲାଗଇ ଶିଶିର ।
