STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କରୁଛି କାତର ମତେ

କରୁଛି କାତର ମତେ

1 min
360


ବିଛେଦ କଷ୍ଟହିଁ ଅତି କଷ୍ଟକର

  ଯାଇନି ବଡ଼ ଦେଉଳ,

ପୂଜିନି ଭକ୍ତିରେ ବ୍ରହ୍ମାଣ୍ଡ ଠାକୁର

  ଛୁଇଁନି ପଦ ଯୁଗଳ।


ସାଂସାରିକ କାର୍ଯ୍ୟ ଅଧୁରା ରହିଛି

  ପୂରଣ ହୋଇନି ଏବେ,

ସେହୁ ଚିନ୍ତା ହୃଦେ କଷ୍ଟ ଦେଉ ଅଛି

  ଦେଉଛି ଯନ୍ତ୍ରଣା ଏବେ।


ପୂରଣ ନିମନ୍ତେ ଚେଷ୍ଟା ଚାଲୁ ଅଛୁ

  ସମୟ ମିଳୁନି ମତେ,

କାଳିଆ ଦର୍ଶନ କରି ପାରୁ ନାହିଁ

  ଦେଉ ଅଛି କଷ୍ଟ ମତେ।


ବିଛେଦ ଯନ୍ତ୍ରଣା ମହା ଭୟଙ୍କର

  ନାହିଁ ଶାନ୍ତି ଜୀବନରେ,

ଜଗତ ଠାକୁରେ ଦର୍ଶନ କରିନି

  ଦିଏ କଷ୍ଟ ହୃଦୟରେ।


ସାଂସାରିକ କାର୍ଯ୍ୟ ପୂର୍ଣ୍ଣ କର ପ୍ରଭୁ

   ଦର୍ଶନ କରିବି ପୁଣି,

ଜନମ ମୋହର କର୍ତ୍ତବ୍ୟ ପୂରଣେ

   ଦିଅ ଆଶିର୍ବାଦ ଜାଣି।


କର୍ତ୍ତବ୍ୟ ପୂରଣେ କାର୍ଯ୍ୟ କରୁ ଅଛି

  ଯାଇନି ବଡ଼ଦେଉଳ,

ଦର୍ଶନ କରିନି ଜଗା ଠାକୁରଙ୍କୁ

  ସେବିନି ପଦ ଯୁଗଳ।


ପ୍ରଭୁଙ୍କ ବିଛେଦେ ଯନ୍ତ୍ରଣା ଅପାର

  ହୃଦୟ ତାହା ବୁଝୁଛି,

ରାତ୍ରେ ଝରେ ଲୁହ ଦିଏଟି ଯନ୍ତ୍ରଣା

  କାଳିଆ ହୃଦେ ଗୁଞ୍ଜୁଛି।


ଦୁଇ ମାସ ହେଲା ଯାଇ ନି ମନ୍ଦିର

  ଛୁଇଁ ନି ପ୍ରଭୁ ଚରଣ, 

ପୂଜିନି କାଳିଆ ଧ୍ୟାନମଗ୍ନ ହୋଇ

  ପୂଜିନି ପ୍ରଭୁ ଚରଣ।


ବିଛେଦ ହୋଇଛି ମନ୍ଦିରକୁ ଯିବା

  ଅପରାଧତ କରିଛି,

ନର କାର୍ଯ୍ୟ ମୁହିଁ କରୁଛି ଗୃହରେ

  କର୍ତ୍ତବ୍ୟ ପୂର୍ଣ୍ଣେ ଲାଗିଛି।


ହୃଦୟେ ଗୁଞ୍ଜୁଛି ନାମ ଶକ୍ତି ତୋର

  କର୍ତ୍ତବ୍ୟ ପୂର୍ଣ୍ଣ ହୋଇବ,

ବିଛେଦେ ନରହି ନିତ୍ୟେ ସେବୁ ଥିବି

  ନିଶ୍ଚେ ଆଶିର୍ବାଦ ହେବ।


ଶାନ୍ତି ନାହିଁ ମନେ ଚିନ୍ତାର ସମୁଦ୍ର

  ମାଡି ଆସୁ ଅଛି ନିତି,

କର୍ତ୍ତବ୍ୟ ପୃରଣ କର ଜଗନ୍ନାଥ

  ତବ ବିନୁ ନାହିଁ ଗତି।


ଜଗତ ପାଳକ ପ୍ରଭୁ କୃପାସିନ୍ଧୁ

  କୃପା କରି ଦିଅ ପଥେ,

ମନୁଷ୍ୟ ଜୀବନ ସାର୍ଥକ କରହେ

  ସବୁ ପୂର୍ଣ୍ଣ ହେଉ ପଥେ।


ଚିନ୍ତା ଶୂନ୍ୟ କର ହୃଦୟରୁ ମୋର

  କର୍ତ୍ତବ୍ୟ କରହେ ପୂର୍ଣ୍ଣ,

ଶୁଭମୟ ହେଉ କର୍ତ୍ତବ୍ୟ ପୂରଣେ

  ମନବାଞ୍ଛା ହେଉ ପୂର୍ଣ୍ଣ।


ଯାଉନି ମନ୍ଦିର ହୃଦୟେ ରହିଛୁ

  ଅନୁକ୍ଷଣ ଗୁଞ୍ଜେ ନାମ,

ତବ ବିନୁ ନାହିଁ ଗତିରେ କାଳିଆ

  ଭଜୁଅଛି ନିତ୍ୟେନାମ।


ବିଚ୍ଛେଦ ନକର କର୍ତ୍ତବ୍ୟ ପଥରୁ

  ଅଭିଳାଷା ପୂର୍ଣ୍ଣ କର,

ପୂର୍ଣ୍ଣ କର ମୋର ଗୃହର କର୍ତ୍ତବ୍ୟ

  ପ୍ରଭୁ ଆଶିର୍ବାଦ କର।


ପୂରଣ କରିବୁ ଗୃହର କର୍ତ୍ତବ୍ୟ

  ଦେଉଳକୁ ନିତ୍ୟେ ଯିବି,

ଆଶିର୍ବାଦ କର ଦୟାର ସାଗର

  କର୍ତ୍ତବ୍ୟ ମୁଁ କରୁଥିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract