Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Inspirational

4.5  

Kshitish Jena

Abstract Inspirational

କରୋନା ହାରିବ ଓଡ଼ିଶା ଜିତିବ

କରୋନା ହାରିବ ଓଡ଼ିଶା ଜିତିବ

1 min
304



ସବୁଠି ଭାଇରେ କରୋନା ଚର୍ଚ୍ଚା

ଶୁଣିଲେ ଲାଗୁଛି ଭୟ

ସଙ୍ଘରୋଧ ପରା କରୋନା ରୋଗର

ଗୋଟିଏ ପରା ଉପାୟ ।


କରୋନା ବିରୁଦ୍ଧେ ଲଢିବା ସଭିଏଁ

ମନେ ବାନ୍ଧି ଦୃଢ଼ ଆଶା

ସବୁରି ଓଠରେ ଫୁଟିବରେ ହସ

ହସିବ ପୁଣି ଓଡ଼ିଶା ।


ଟିକେ ସଚେତନ ଟିକେ ସତର୍କତା

ଯଦିରେ ରହିବା ଭାଇ

କରୋନା ହାରିବ ଓଡ଼ିଶା ଜିତିବ

ତିଳେ ହିଁ ସନ୍ଦେହ ନାହିଁ ।


ଅତି ଆବଶ୍ୟକ ନଥିଲେ ଭାଇରେ

ଘରୁ ବାହାରିବା ନାହିଁ

ଯଦି ବାହାରିବା ମାସ୍କ ପିନ୍ଧି ଯିବା

ଦୂରତାରେ ଥିବା ରହି ।


ଆଖି ,ନାକ ,କାନେ ହାତ ମାର ନାହିଁ

ଧୂଅ ହାତ ବାରମ୍ଵାର

ଟିଭି ଦେଖି ଘରେ ମନ ଖୁସି କର

ଦୁଃଖ ସବୁ କରି ଦୂର ।


ପ୍ରବାସୀ ଓଡ଼ିଆ ବାହାରୁ ଆସିଲେ

କ୍ଵାରେଣ୍ଟାଇନ୍ ରେ ରୁହ 

ନିୟମ ମାନିଲେ ନିଜ ପାଇଁ ଭଲ

ସୁସ୍ଥ ରହେ ପରିବାର ।


କରୋନା ବିରୁଦ୍ଧେ କରୋନାର ଯୋଦ୍ଧା

ଲଢ଼ୁଛନ୍ତି ରାତି ଦିନ

ସେମାନଙ୍କୁ ଆମ ସତ ସଲାମ୍

ଜଣାଏ ତାଙ୍କୁ ସମ୍ମାନ ।


କରୋନା ସାଙ୍ଗକୁ ମନେ ଆସିଯାଏ

ଓମିକ୍ରନ୍‌ ରୋଗ ଭୟ

ସତର୍କ ରହିଲେ ଏ ଦୁଇ ରୋଗକୁ

ଦେବାରେ ଆମେ ବିଦାୟ ।


ସବୁରି ବିପଦ ଦେବେରେ ଦୂରେଇ

ମହାପ୍ରଭୁ ଜଗନ୍ନାଥ

ଲୀଳାମୟ ସିଏ ତାଙ୍କରି ଲୀଳାରେ

ଚାଲୁଛି ସାରା ଜଗତ ।



Rate this content
Log in